ଭୁବନେଶ୍ୱର (ଶାସକ ପ୍ରଶାସକ) ଗସ୍ତକ୍ରମର ତୃତୀୟ ଦିନରେ ୫ଟି ସଚିବ ଭି କେ ପାଣ୍ଡିଆନ ତୃତୀୟ ଦିବସରେ ତିନୋଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ ଓ ଜଗତସିଂପୁର ଜିଲ୍ଲା ଗସ୍ତ କରିଛନ୍ତି | ଶ୍ରୀ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହିତ କରିଥିବା ଏହି ତିନି ଜିଲ୍ଲା ଗସ୍ତ ଅବସରରେ ଏହି ଜିଲ୍ଲା ଗୁଡିକରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର କୋବିଦ ହସ୍ପିଟାଲର ଅଗ୍ରଗତିର ସମୀକ୍ଷା କରିଥିଲେ | ତାଳଚେର ଠାରେ ୧୫୦ ଶଯ୍ୟା ବିଶିଷ୍ଟ କୋବିଦ ହସ୍ପିଟାଲ ଏମସିଏଲ ମେଡିକାଲ କଲେଜ ଠାରେ ନିର୍ମିତ ହେଉଥିବା ବେଳେ ଭୁବନେଶ୍ୱରର ସମ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବ | ସେହିପରି ଢେଙ୍କାନାଳ ଠାରେ କାର୍ଯ୍ୟକ୍ଷମ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ସରକାରଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିଚାଳିତ ହେଉଛି | ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ ୭୦ ଶଯ୍ୟା ବିଶିଷ୍ଟ ପାରାଦ୍ୱୀପ କୋଭିଡ୍ ହସ୍ପିଟାଲ୍ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଆର୍ଥିକ ସହାୟତାରେ ନିର୍ମିତ ହେଉଥିବା ବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଗସ୍ତ ଅବସରରେ କୃଷିଜାତ ଦ୍ରବ୍ୟ ପରିବହନ ଓ ତତସମ୍ପର୍କୀୟ କାର୍ଯ୍ୟକ୍ରମକୁ ଅବାଧ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏମଜିନରେଗା କାମକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ | ଯେପରି ଜଣେ କେହି ଅସହାୟ ଭୋକରେ ନରହେ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ | ଲକଡାଉନ ନିୟମକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ତିନି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦେଇଥିଲେ |
ଜଗତସିଂହପୁର ଗସ୍ତ ଅବସରରେ ଅକସ୍ମାତ ଭାବେ ପାରାଦୀପର ଷଣ୍ଢକୁଦ କୋଷ୍ଟ୍ ଗାର୍ଡ କଲୋନୀ ଠାରେ ଥିବା ପ୍ରବାସୀ ମଜଦୁର ଶିବିର ପରିଦର୍ଶନ କରିଥିଲେ । ଲକ୍ ଡାଉନ୍ ପାଇଁ ଏହି କ୍ୟାମ୍ପ୍ ରେ ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାର ବାଲେଶ୍ୱରରୁ ୮୬ ଦାଦନ ଶ୍ରମିକଙ୍କୁ ରାଜ୍ୟ ସରକାର ଆଶ୍ରୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ରହଣି ଓ ଖ୍ୟଦ୍ୟ ସମ୍ପର୍କରେ ସରଜମିନ ଅନୁଧ୍ୟାନ କରିଥିଲେ ୫ ଟି ସଚିବ । ଶିବିରରେ ରହୁଥିବା ଅନ୍ତେବାସୀଙ୍କ ସହ ଶ୍ରୀ ପାଣ୍ଡିଆନ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ | ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ସହ ଲକ୍ ଡାଉନ୍ ସ୍ଥିତି ସମ୍ପର୍କରେ ଆଲୋଚନା କରି ନିୟମ ଯେଭଳି କଡ଼ାକଡ଼ି ପାଳନ ହୁଏ ସେଥିପ୍ରତି ସତର୍କ କରାଇଥିଲେ । ଅଟକି ରହିଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଗସ୍ତର ପ୍ରଥମଦିନରେ କଳାହାଣ୍ଡି, ସମ୍ବଲପୁର ଗସ୍ତ କରିଥିବା ବେଳେ ଦ୍ଵିତୀୟ ଦିବସରେ ଗତକାଲି କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଗସ୍ତ କରିଥିଲେ |