କାର୍ଯ୍ୟରତ ଥିବା ଠିକା କର୍ମଚାରୀଙ୍କୁ ଛଟେଇ, ଜିଲ୍ଲାପାଳଙ୍କଠାରେ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୋନପୁର(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଜଣେ  ଚତୁର୍ଥ ଶ୍ରେଣି କର୍ମଚାରୀଙ୍କୁ ଛଟେଇ କରି ତାଙ୍କ ସ୍ଥାନରେ ଆଉ ଜଣେ ନୂତନ କର୍ମଚାରୀକୁ ନିଯୁକ୍ତି ଦିଆ ଯାଇଥିବା ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ବର୍ତ୍ତମାନ କରୋନା ପାଇଁ ଦେଶରେ ଲକ୍ ଡାଉନ ଓ ସଟ୍ ଡାଉନ ଚାଲଥିବା ବେଳେ ଏହି ସମୟରେ କୌଣସି କର୍ମଚାରୀଙ୍କୁ ଚାକିରୀରୁ ହଟାଯାଇ ପାରିବ ନାହିଁ ବୋଲି ସରକାର ନିଦେ୍ର୍ଧଶ ଦେଇଛନ୍ତି । କିନ୍ତୁ  ଡୁଙ୍ଗୁରିପାଲି ଡାକ୍ତରଖାନାରେ  ସରକାରଙ୍କ ନୁିଦେ୍ର୍ଧଶକୁ ବେଖାତିର କରି ଏହାର ବ୍ୟତିକ୍ରମ ଘଟିଛି  । ଡୁଙ୍ଗୁରିପାଲି ବ୍ଲକ ଗମ୍ଭାରିପାଲି ଗ୍ରାମର ରାଜେଶ କଲେତ  ଦୀର୍ଘ ୧୦ ବ ର୍ଷ ହେଲା ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଆସୁଥିଲେ ।  ହଠାତ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଇ ବରଗଡ ଜିଲ୍ଲାର ଅନ୍ୟ ଜଣକୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିବାରୁ ଉକ୍ତ ବ୍ୟକ୍ତି ଜଣକ ମେଡିକାଲ ଅଫିସରଙ୍କୁ ପଚାରିବାରୁ ୨ମାସ   ରହିଯାଅ ପରେ ଦେଖାଯିବା ବୋଲି କହିଥିବା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ନିଜ  ଅଂଚଳର ବ୍ୟକ୍ତି ବିଶେଷଙ୍କୁ ଦେବା ବଦଳରେ ଅନ୍ୟ ଜିଲ୍ଲାର ବ୍ୟକ୍ତିକୁ ଠିକା ସଂସ୍ଥା ପ୍ରଦାନ କରିଛି  । ଏଠାରେ ସୂଚନା ଯୋଗ୍ୟ ଯେ  ଗତବର୍ଷ  ଏହି କର୍ମଚାରୀମାନ୍ଙ ଅକ୍ଲାନ୍ତ ପରିଶ୍ରମରେ  ଡୁଙ୍ଗୁରିପାଲି ଡାକ୍ତରଖାନାକୁ  କାୟାକଳ୍ପ ପୁରସ୍କାର ମିଳିଥିବା ବେଳେ  ବର୍ତ୍ତମାନ  ଲକ ଡାଉନ ସମୟରେ କୌଣସି କାରଣ ନ ଥାଇ ତାଙ୍କୁ  ଛଟେଇ କରିବା କେତେ ଦୁର ଯୁକ୍ତିଯୁକ୍ତ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ଏହି  ଛଟେଇ କର୍ମଚାରୀ ଜଣେ ଭୂମିହୀନ ଓ ତାଙ୍କ ଦରମାରେ ପରିବାର ପୋଷଣ କରନ୍ତି  । ତାଙ୍କର ଚାରି ସନ୍ତାନ ଥିବା ବେଳେ ସ୍ତ୍ରୀ ଦୀର୍ଘ ଦିନ ରୋଗ ଶଯ୍ୟାରେ ପଡି ରହିଛି । ଏ ସଂପର୍କରେ ମେଡିକାଲ ଅଫିସର ପ୍ରାର୍ଥ ପ୍ରତିମ ପଣ୍ଡାଙ୍କୁ ପଚାରିବାରୁ ଏକ ଠିକା ସଂସ୍ଥା ନିଯୁକ୍ତି ଦେଇଛନ୍ତି । ମାନବିକତା ଦୃଷ୍ଟିରୁ ଉକ୍ତ କର୍ମଚାରୀଙ୍କୁ ହଟାଯିବା ଠିକ୍ ନୁହେଁ  କିନ୍ତ ଏହା ଜିଲ୍ଲା ଅଫିସ ଓ ଠିକା ସଂସ୍ଥାର ନିୟନ୍ତ୍ରଣରେ ଥିବା ବେଳେ ଆମ ହାତରେ କିଛି ନାହିଁ  ବୋଲି ପ୍ରକାଶ କରିଥିଲେ । 

0
0
0
s2sdefault