ହେଡଲାଇନସ୍:

ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ତରଫରୁ ପଦ୍ମପୁର ସ୍ଥିତ ବିଭିନ୍ନ ବସ୍ତିରେ ମାସ୍କ  ବଣ୍ଟନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର  - ବର୍ତ୍ତମାନ ଚାରିଆଡେ କରୋନା ର ପ୍ରଭାବ ସମସ୍ତଙ୍କୁ ଭୟଭୀତ କରି ଚାଲିଛି  । ଏଭଳି ପରିସ୍ଥିତିରେ ଅନେକ ସଂଘ ନିଜ ନିଜର ସହଯୋଗର ହାତ ବଢାଇଛନ୍ତି  । ପଦ୍ମପୁର ହନୁମାନ ର ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ର ମହିଳା ଗଣ ପଦ୍ମପୁର ରଜାପଡାର ପ୍ରଗତି ନଗର ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ମାସ୍କ ବଣ୍ଟନ କରିଥିଲେ  । ଏହା ସହ କରୋନା ପ୍ରତି ସଚେତନତା ସୃଷ୍ଟି କରିଥିଲେ । ପଦ୍ମପୁର ଏନ୍ଏସ୍ ର ସିଓ ଶ୍ରୀମତୀ ଚିତ୍ରୋତ୍ପଳା ମେହେର,ଇଓ ଜୟନ୍ତ କୁମାର ସାହୁ,ବରିଷ୍ଠ କିରାଣୀ ରଘୁମଣି ସାହୁ ଉପସ୍ଥିତ ରହି ମାସ୍କର ବ୍ୟବହାର ,ସାମାଜିକ ଦୂରତ୍ବ, ହାତ ଧୋଇବା ଉପରେ ପଡାବାସୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରକାଶ ଥାଉକି ଯେ ମହାସଂଘ ର ମହିଳା ଗଣ ନିଜେ ସିଲେଇ କରି ମାକ୍ସ ବଣ୍ଟନ କରିବା ସହିତ ନିଜ ନିଜ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି  । କାର୍ଯ୍ୟକ୍ରମଟି ମହା ସଂଘ ସଭାନେତ୍ରୀ ଅନୁପମୀ ପ୍ରଧାନ, ସଂପାଦିକା ସୀମା ମହାନ୍ତି,ସୁପଭାଇଜର ଗୀତାରାଣୀ ନାଥଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିଲା ।  ନିରୂପମା ସାହୁ,ଜ୍ଯୋତ୍ସ୍ନାମୟୀ ସାହୁ ସ୍ବଚ୍ଚ ସାଥିଙ୍କ ସହଯୋଗ କ୍ରମେ ଖାଦ୍ଯରେ ବଣ୍ଟନ ସମୟରେ ମାକ୍ସ ପ୍ରଦାନ କରାଯାଇ ଥିଲା  ।

0
0
0
s2sdefault