ପଦ୍ମପୁର-କରୋନକୁ ଦମନ ପାଇଁ ସାରା ଦେଶରେ ତାଲାବନ୍ଦ ଡାକରା ଦିଆଯାଇଛି । ତାଲାବନ୍ଦ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ହେଲେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ପଦ୍ମପୁର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ୍ବିନର ବ୍ରାଇଟ ଫ୍ୟୁଚର ପକ୍ଷରୁ ମଧ୍ୟ ଅନଲାଇନ ପାଠପଢ଼ା ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଆପାଲି ଅପରାଜିତା ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ପର୍ଯ୍ୟାୟ କ୍ରମେ ନର୍ସରୀରୁ ଷଷ୍ଠ ଯାଏ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟରେ ଯେପରି ପାଠପଢ଼ା ପରେ ଘରକାମ ଦିଆଯାଇଥାଏ ସେହିପରି ଏବେ ମଧ୍ୟ ପିଲାମାନଙ୍କୁ ଘରକାମ ଦିଆଯାଉଛି । ଯେ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ନ ଆସିଛି ସେ ପର୍ଯ୍ୟନ୍ତ ଏହି ଅନଲାଇନ ପାଠପଢ଼ା ଯାରି ରହିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ରହିଛି ।
ରାଜ୍ୟ
ତାଲାବନ୍ଦ ଯୋଗୁଁ ଓ୍ବିନର ବ୍ରାଇଟ ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ଅନଲାଇନ ପାଠପଢା ।
- Hits: 794