ହେଡଲାଇନସ୍:

ଗ୍ରାଉଣ୍ଡ ଜିରୋରେ ଲଢ଼ୁଛନ୍ତି କରୋନା ଲଢେଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିଜ କର୍ତ୍ତବ୍ୟକୁ ନ ଭୁଲି କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ ।

ପଦ୍ମପୁର/ଶାସକପ୍ରଶାସକ-ଦିନକୁ ଦିନ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନକୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ୨୧ଦିନ ଓ ପରେ ୧୮ ଦିନର ତାଳାବନ୍ଦ ଡାକରା ଦିଆଯାଇଛି । କରୋନାକୁ ଦମନ କରିବା ପାଇଁ ସାମାଜିକ ଦୂରତ୍ବ ରଖିବା,ବାହାରକୁ ଯଦି କୌଣସି ଆବଶ୍ୟକ କାମରେ ବାହାରୁଛେ ତେବେ ମୁହଁକୁ ରୁମାଲ କିମ୍ବା ମାକ୍ସରେ ଘୋଡେଇବା ତଥା ନିଜ ପରିବେଶକୁ ସଫାସୁତୁରା ରଖିବା । ପଦ୍ମପୁର ସହରର ଜନସାଧାରଣ ସରକାରଙ୍କ ଏହି ସବୁ ନିୟମ ପାଳନ କରୁଛନ୍ତି ଏବଂ ଘରେ ରହୁଛନ୍ତି । ପଦ୍ମପୁର ସହରର ସଫାସୁତୁରା ଦାୟିତ୍ବ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପରେ । ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ସଫେଇ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ ଏହି କରୋନା ଓ ମଣିଷ ଲଢେଇରେ ଯୋଦ୍ଧା ସାଜିଛନ୍ତି । ସାରା ସହରର ଜନସାଧାରଣ ଘରେ ରରହୁଥିବା ବେଲେ ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ ଭୁଲି ନାହାଁନ୍ତି ।ସଫେଇ କର୍ମଚାରୀମାନେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଜୟନ୍ତ କୁମାର ସାହୁଙ୍କ ତତ୍ବାବଧାନରେ ପ୍ରତ୍ୟହ ସକାଳ ୫ଟାରୁ ଘରୁ ବାହାରି ପଦ୍ମପୁର ସହରର ଅଲିଆ ଆବର୍ଜନା ସଫା କରୁଛନ୍ତି । ସେମାନେ ସରକାରଙ୍କ ନିୟମ ଅନୁସାରେ ସାମାଜିକ ଦୂରତ୍ବ ରଖି ତଥା ମୁହଁରେ ମାକ୍ସ ଲଗାଇ କାର୍ଯ୍ୟ କରୁଛନ୍ତି । ସଫେଇ କର୍ମଚାରୀଙ୍କ ଏପରି ମହାନ କାର୍ଯ୍ୟ ପାଇଁ ସହରର ସମସ୍ତ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

0
0
0
s2sdefault