ହେଡଲାଇନସ୍:

ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ :ଶୁଖିଲା ଖାଦ୍ୟ ଓ ମାସ୍କ ବାଣ୍ଟିଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ସକାଳେ ଜଗଡଲପୁର ଥାନାକୁ ପହଂଛି ସେଠାରେ ତାଙ୍କୁ ଅପେକ୍ଷା କରିଥିବା ଛତିଶଗଡ଼ ଅଞ୍ଚଳ ର କିଛି ଜଡିବୁଟି ବିକ୍ରେତା ଙ୍କୁ , ବୈସ୍ନୋଦେବୀ ରାଇସ ମିଲ ପାଇକମାଲ ତରଫରୁ ପ୍ରଦାନ କରାଯାଇଥିବା ପନ୍ଦର ଦିନର ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଛତିଶଗଡ଼ ଅଞ୍ଚଳର ଏହି ଜଡିବୁଟି ବିକ୍ରେତା ମାନେ ଲକଡାଉନ ଆରମ୍ଭ ହେବା ପରଠାରୁ ଜଗଡଲପୁର ଥାନା ଅନ୍ତର୍ଗତ କୁଲହାଣ୍ଟି ଗ୍ରାମରେ ରହିଯାଇଥିଲେ । ଆଜି ତାଙ୍କୁ ଆସନ୍ତା 15 ଦିନର ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । 

         ଜଗଡଲପୁର ଥାନା ରୁ ଉପଜିଲ୍ଲାପାଳ ବାହାରି ପ୍ରଥମେ ବଡ଼ କୁଂଜାରୀ ଛକ ,କୁର୍ମା , ଗଉଡ଼ମାଲ , ଭାଇସାଦରହା ,  ଧଉରାଭଟା , ଦିବାନପାଳି , କୁର୍ଲୁପାଳି , ଭଣ୍ଡାରପୁରୀ , ଡଭା, କନ୍ଦାଡଙ୍ଗର ,ଝାରବନ୍ଧ , ଚୁହାପାଲି ଆଦି ଗ୍ରାମ ବୁଲିବା ସହିତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର , ରାଜ୍ୟ ସରକାରଙ୍କ ଦ୍ୱାର ପରିଚାଳିତ ଫ୍ରି କିଚେନ ଆଦି ବୁଲି ଦେଖିଥିଲେ ଓ ଅସହାୟ ଲୋକଙ୍କୁ ଖାଦ୍ୟ ମଧ୍ୟ ପରସି ଥିଲେ । ଏହା ସହିତ ରାସ୍ତା ଆସୁଥିବା ଅନେକ ଲୋକଙ୍କୁ ମାକ୍ସ ମଧ୍ୟ ବାଣ୍ଟି ଥିଲେ । ଚୁହାପାଲି ଠାରେ କିଛି ଲୋକ ଅଙ୍ଗ ନଦୀରେ ଜାଲ ପକାଇ ମାଛ ମାରୁଥିବା ଦେଖି ସେଠାକୁ ଯାଇ ସେମାନଙ୍କୁ ସାମାଜିକ ଦୂରତା ବଜୟରଖି ମାଛ ଧରିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ । ଉପଜିଲ୍ଲାପାଳ ଙ୍କର ଏହି ଗସ୍ତରେ ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା , ଅତିରିକ୍ତ ତହସିଲଦାର ଶ୍ରୀ ପାର୍ଶୁରାମ ଅର୍ଯ୍ୟନ ପଣ୍ଡା , ଜଗଡଲପୁର ଥାନା ଅଧିକାରୀ ଶ୍ରୀମତୀ  ଏଲ ଏଲ ବାର୍ଲା  ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault