ହେଡଲାଇନସ୍:

ବିରଳ ଔଷଧୀୟ ଗୁଳ୍ମର ଗନ୍ତାଘର ଗନ୍ଧମାର୍ଦ୍ଦନ, କରୋନା ସମେତ ଅନେକ ଦୁଃସାଧ୍ୟ ରୋଗ ପାଇଁ ରହିଛି ଗୁଳ୍ମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗନ୍ଧମାର୍ଦ୍ଦନର ଔଷଧୀୟ ବିଶେଷତ୍ତ୍ୱ ଉପରେ ଉଚ୍ଚତର ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭାଗବତ ସାଧକ ରଘୁନାଥ 

ପଦ୍ମପୁର/ଶାସକ ପ୍ରଶାସକ- ଗନ୍ଧମାର୍ଦ୍ଦନ ପାହାଡ ଉପରେ ଅନେକ ପ୍ରକାରର ଦୁର୍ଲ୍ଲଭ ବନୌଷଧି ଭରପୁର ହୋଇ ରହିଛି । ଏପରିକି ସାରା ବିଶ୍ବକୁ ସଂକଟରେ ପକେଇଥିବା କରୋନା ଭାଇରସ ଭଳି ମହାମାରୀକୁ ପ୍ରତିହତ କଲା ଭଳି ବନୌଷଧି ଉପଲବ୍ଧ ଅଛି । ଏହା ଗବେଷଣା ହେବା ଆବଶ୍ୟକ, ବିଶେଷ ଭାବେ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ପ୍ରତିଷ୍ଠିତ ଭାଗବତ ତତ୍ତ୍ୱ  ଯୋଗାଶ୍ରମର ପରିଚାଳକ ରଘୁନାଥ ଦାସ (ରଘୁ ବାବା) | 

ଭାଗବତ ତତ୍ତ୍ୱ ସାଧକ ରଘୁ ବାବା କହିଛନ୍ତି, ଆମ ଶାସ୍ତ୍ରରେ ଅନେକ ଦୁଃସାଧ୍ୟ ରୋଗର ଉପଶମ ପାଇଁ ତଥ୍ୟ ରହିଛି | ଆମ ପ୍ରକୃତିରେ ଭରପୁର ହୋଇ ରହିଛି ଅନେକ ଔଷଧି | ଆଉ ଗନ୍ଧମାର୍ଦ୍ଦନ ପାହାଡ ଦେଉଛି ପ୍ରକୃତିର ଏକ ବିରଳ ଆଉ ଅନବଦ୍ୟ ଅବଦାନ | ଗନ୍ଧମାର୍ଦ୍ଦନ ପାହାଡ ଭିତରେ ୨ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ଜଡି,ବୁଟି,ବନୌଷଧିର ଭଣ୍ଡାର ରହିଛି । କଲିକତା ବୋଟାନିକାଲ ସର୍ଭେ ଅଫ ଇଣ୍ଡିଆର ତଥ୍ୟ ଅନୁୟାଯୀ ଗନ୍ଧମାର୍ଦ୍ଦନରୁ ଉପଲବ୍ଧ ବନୌଷଧିରୁ ୨୫୬ ଶ୍ରେଣୀର ଗୁଳ୍ଳ ଦୁର୍ଲ୍ଲଭ  ଅଟେ । ଦେଶର ଅନ୍ୟଠାରେ ଠାରେ ପ୍ରାୟତଃ ଏହା ଉପଲବ୍ଧ ହୁଏ ନାହିଁ ବୋଲି ରଘୁ ବାବା କହିଛନ୍ତି । ଏଠାରୁ ଉପଲବ୍ଧ ଗୁଳ୍ମ ଓ ଔଷଧୀୟ ବୃକ୍ଷରୁ ମିଳୁଥିବା ଅଂଶ ବିଶେଷ ଅନେକ ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିବାର କ୍ଷମତା ରଖିଛି | ଏହା ସହିତ  ବିଭିନ୍ନ ପ୍ରକାରର ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିବାର ଅନେକ ପ୍ରକାରର ବିଧି ଭାଗବତ ପୁରାଣରେ ଓ ଅନ୍ୟ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଭାଗବତକୁ ଆଧାର କରି ରୋଗ ଉପସମ କରିବା ପାଇଁ ସନ୍ଥ ରଘୁନାଥ ନୃସିଂହନାଥ ଠାରେ ଗତ ୧୦ ବର୍ଷ ହେବ ଭାଗବତ ତତ୍ତ୍ବ  ଆଶ୍ରମ ପ୍ରତିଷ୍ଠା କରିଥିବା କହିଛନ୍ତି |  ପ୍ରତି ମାସରେ ଏକ ଶିବିର ଅନୁଷ୍ଠିତ କରି ବିଭିନ୍ନ ଅଞ୍ଚଳରୁ  ଆସୁଥିବା ରୋଗୀଙ୍କୁ ଚିକିତ୍ସା କରାଯାଏ । ଅନେକ ଲୋକ ଏଠାରୁ ଆରୋଗ୍ୟ ହୋଇ ଯାଇଥାନ୍ତି ବୋଲି ଭଗବତତତ୍ତ୍ୱ ସାଧକ ରଘୁବାବା  ପ୍ରକାଶ କରିଛନ୍ତି । ତେଣୁ କରୋନା ସମେତ ଅନେକ ଦୁଃସାଧ୍ୟ ରୋଗ ପାଇଁ ବିରଳ ଔଷଧୀୟ ଗୁଳ୍ମର ଗନ୍ତାଘର ଗନ୍ଧମାର୍ଦ୍ଦନ ଔଷଧୀୟ ବିଶେଷତ୍ତ୍ୱ ଉପରେ ଉଚ୍ଚତର ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଆଧ୍ୟାତ୍ମିକ ତଥା ପ୍ରକୃତିରୁ ଉପଲବ୍ଧ ଗୁଳ୍ମ ଆଧାରରେ ଲୋକଙ୍କୁ ଚିକିତ୍ସା କରି ସଫଳତା ପାଇଥିବା ଭଗବତତତ୍ତ୍ୱ ସାଧକ  ରଘୁନାଥ ଦାସ(ରଘୁ ବାବା)   | 

0
0
0
s2sdefault