ହେଡଲାଇନସ୍:

୪୦ ଲିଟର ହାତରନ୍ଧା ମଦ ଜବତ, ୨ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ) : ସଦର ଥାନା ମାଓ ଅଧୁ୍ୟଷିତ କେରମେଲି ଗାଁରେ ରାତି ଅଧିଆ ପୁଲିସ ଚଢାଉ କରି ୪୦ ଲିଟର ହାତରନ୍ଧା ମଦ ଜବତ କରିଥିଲେ । ସେଠାରେ ମଦ ରାନ୍ଧି ବିକ୍ରି କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ସେମାନେ ହେଲେ କେରମେଲି ଗାଁର ତସିଲ ମାଝି(୪୦), ଜୋଙ୍କ ଥାନା ଝାଲବାହାଲ ଗାଁର ଇନ୍ଦଲ ମାଝି(୩୦) । ଉଭୟଙ୍କୁ କୋର୍ଟ ଚାଳାଣ କରିଥିବା ପୁଲିସ ସୂଚନା ଦେଇଛି । 

    ଗତ ୧୯ ଦିନ ହେଲା ଲକ୍ ଡାଉନ ଯୋଗୁଁ ଜିଲ୍ଲାର ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନରେ ତାଲା ପଡିଛି । ଏବେ ମଦୁଆ ମାନେ ହାତ ରନ୍ଧା ମଦ ଉପରେ ନିର୍ଭର କରୁଛନ୍ତି । ସଦର ଥାନା କେରମେଲି ଗାଁରେ ବହୁ ପରିମାଣରେ ହାତ ରନ୍ଧା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ ହୋଇଥିଲା । ଗତ କାଲି ସନ୍ଧ୍ୟାରେ ପୁଲିସ ଟିମ କେରମେଲି ଘାଟି ତଳେ ଜଗି ରହିଥିଲା । କେରମେଲି ଗାଁରୁ ମଦ ଧରି କିଛି ଯୁବକ ତଳକୁ ଓହ୍ଲାଇବା ସମୟରେ ପୁଲିସ ତାଙ୍କୁ କାବୁ କରି ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରିଥିଲା । ବିଲମ୍ବିତ ରାତିରେ ମାଓ ପ୍ରବଣ କେରମେଲି ଗାଁରେ ସଦର ଥାନା ଆଇଆଇସି ଶ୍ରୀ ମହାକୁଡଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢାଉ କରି କେରମେଲି ଗାଁର ତସିଲ ମାଝି ଓ ଜୋଙ୍କ ଥାନା ଝାଲବାହାଲ ଗାଁର ଇନ୍ଦଲ ମାଝିଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ଠାରୁ ୪୦ ଲିଟର ହାତ ରନ୍ଧାମଦ ଜବତ କରିଥିଲା । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଆଜି ଅପରାହ୍ନରେ ଉଭୟଙ୍କୁ କୋର୍ଟ ଚାଳାଣ କରିଥିବା ଆଇଆଇସି ଶ୍ରୀ ମହାକୁଡା ସୂଚନା ଦେଇଛନ୍ତି । ଏହି ଚଢାଉରେ ଏସଆଇ ବିନୟ କେର୍କେଟା, ଏଏସଆଇ ଶଙ୍କର ଏକ୍କା, ହାବିଲଦାତ ଯୁଗଧର ବାଗ, କନେଷ୍ଟବଲ ରଶ୍ମିତା ନାୟକ ପ୍ରମୁଖ ସାମିଲ ଥିଲେ ।   

 

0
0
0
s2sdefault