ହେଡଲାଇନସ୍:

ସହାୟତା ପାଇଁ ଆଗେଇ ଆସିବାକୁ ଶିକ୍ଷକ ସମାଜକୁ ନିବେଦନ କଲେ ଶିକ୍ଷକ ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼: - ମାନବ ସମାଜର ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ପାଇଁ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ଗୁରୁଣ୍ଡିଆ ବ୍ଲକର ଶିକ୍ଷକ ନେତା ଧୀରେନ କୁମାର ସାହୁ | ଆଜି ଶିକ୍ଷକ ନେତା ଶ୍ରୀଯୁକ୍ତ ସାହୁ ନିଜେ ପ୍ରଧାନମନ୍ତ୍ରୀଙ୍କ ଯତ୍ନ ପାଣ୍ଠିକୁ 529 ଟଙ୍କା ଦାନ କରିବା ସହିତ ବ୍ଲକର 600 ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରିବା ପାଇଁ ନିବେଦନ କରିଛନ୍ତି | ଏହି ଅବସରରେ ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ ସମାଜ ଓ ରାଷ୍ଟ୍ରର ଏହି ସଙ୍କଟ ବେଳାରେ ସମସ୍ତଙ୍କୁ ପ୍ରତିବଦ୍ଧ ହେବା ସହିତ ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହାୟତା କରିବାର ଆବଶ୍ୟକତା ରହିଛି | ହେଲେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମନରେ ଏ ଧାରଣା ରହିଛି ଯେ ଦାନ କରିବା କେବଳ ବିତ୍ତଶାଳୀ ଶ୍ରେଣୀର ଲୋକମାନଙ୍କ କାମ ଏବଂ ମୋଟା ଅଙ୍କର ସହାୟତାକୁ ହିଁ ଦାନ କୁହାଯାଏ ବୋଲି | ହେଲେ ଏପରି ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ ଭୁଲ ବୋଲି ସେ କହିବା ସହିତ ଦେଶର 130 କୋଟି ଜନତା ଯଦି 100 ଟଙ୍କା ଲେଖାଏଁ ଦାନ କଲେ କରୋନା ସମ୍ଵନ୍ଧିତ ସବୁ ଆର୍ଥିକ ସମସ୍ୟା ଦୂର ହୋଇଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି | ଏହି ଅବସରରେ ଶ୍ରୀଯୁକ୍ତ ସାହୁ ଆହୁରି କହିଛନ୍ତି ଯେ ଯେମିତି ଟୋପାଏ ଟୋପାଏ ଜଳ ମିଶିକି ସାଗର ହୋଇଯାଏ, ସେଭଳି ଛୋଟ ଛୋଟ ସହାୟତା ମଧ୍ୟ ମିଶିକି ସାଗର ରୂପକ ଭଣ୍ଡାର ହୋଇଯିବାରେ ସହାୟକ ହେବ | ତେଣୁ ମାନବ ସମାଜର ଏହି ସଙ୍କଟ ବେଳାରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସହାୟତା କରିବା ମୁଁ ନିବେଦନ କରିଛି ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି | ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅତି ପ୍ରିୟ ତଥା ଆଦର୍ଶର କେନ୍ଦ୍ର କୁହା ଯାଉଥିବା ଶିକ୍ଷକ ନେତା ଶ୍ରୀଯୁକ୍ତ ସାହୁଙ୍କ ଏଭଳି ପଦକ୍ଷେପ ବ୍ଲକର ସମସ୍ତଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମାଜ ଓ ରାଷ୍ଟ୍ର ପ୍ରତି ପ୍ରତିବଦ୍ଧତା ପ୍ରତିପାଦିତ କାରିବାକୁ ପ୍ରେରିତ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଥିବା ବେଳେ ଶିକ୍ଷକ ନେତା ଶ୍ରୀଯୁକ୍ତ ସାହୁଙ୍କ ଏଭଳି ପଦକ୍ଷେପକୁ ସ୍ଥାନୀୟ ବ୍ଲକସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି 

0
0
0
s2sdefault