ହେଡଲାଇନସ୍:

ପନିପରିବା ଚାଷୀଙ୍କ ପାଇଁ ଅଂଟା ଭିଡିଲା ନୟାଗଡ ଜିଲ୍ଲା ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପରିବା ଗୋଦାମ,ହୋଲସେଲର ଏବଂ ଆରଏମସିର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ନେଲେ ଗୁରୁତ୍ୱପୂର୍ଣ ବୈଠକ

ନୟାଗଡ(ବିଶ୍ୱଜିତ ନାୟକ) -ମହାମାରୀ କରୋନା ପ୍ରଭାବରେ ନୟାଗଡ ଜିଲ୍ଲାର ଅନେକ ଚାଷୀ ତାର ଚାଷଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରୁନଥିବାବେଳେ ମୁଣ୍ଡରେ ହାତଦେଇ ବସିରହିଛନ୍ତି । ନୟାଗଡ ଜିଲ୍ଲାପାଳ ଚାଷୀମାନଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଚାଷୀ ତାର ଚାଷଦ୍ରବ୍ୟକୁ ସୁବିଧାରେ ବଜାରକୁ ଆଣିବା ଏବଂ ଗୋଦାମରେ କିପରି ବିକ୍ରି କରିବ ତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ନୟାଗଡ ସଦରମହାକୁମାରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆରଏମସି) ସଭାଗୃହରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପରିବା ଗୋଦାମ,ହୋଲସେଲର ଏବଂ ଆରଏମସିର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାଷୀ  ପ୍ରତିଦିନ ସନ୍ଧ୍ୟା5ଟା ରୁ 8 ଘଂଟିକା ମଧ୍ୟରେ  ଆରଏମସି ମାର୍କେଟକୁ  ପନିପରିବା ଆଣି ପହଞ୍ଚାଇବେ ଏବଂ ତାର ପରଦିନ ଖୁଚୁରା ବ୍ୟବସାୟୀମାନେ ସକାଳ 5ଟା ରୁ 8ଟା ମଧ୍ୟରେ ଆରଏମସି ମାର୍କେଟରୁ ବିକ୍ରୟ କରିବା ପାଇଁ ନେଇପାରିବେ । ସମସ୍ତ ପଞ୍ଜିକୃତ ବ୍ୟବସାୟୀମାନଙ୍କୁ ପାସ ଯୋଗାଇ ଦିଆଯିବ ଏବଂ ଗାଡିର ଚଳାଚଳରେ ବାଧା ନ ଉପୁଜିବା ପାଇଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ବ୍ୟବସ୍ଥା କରିବେ ବୋଲି କହିଥିଲେ।ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ,ଉପଜିଲ୍ଲାପାଳ ଲଗ୍ନଜିତ ରାଉତ,ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ ଏବଂ ଆରଏମସି ର ସମ୍ପାଦକ ସୁଦାମ ଚରଣ ଜେନା ଉପସ୍ଥିତ ଥିଲେ।

0
0
0
s2sdefault