ହେଡଲାଇନସ୍:

ଲକଡାଉନ : ଅବଧି ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Bhubaneswar(shasak Prashasak ): ଲକ ଡାଉନ ବଢିବ କି ନାହିଁ ତାକୁ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନଥିବାବେଳେ ଆଜି ଓଡିଶା ସରକାର ଲାକଡାଉନ ବଢ଼ାଇବା ନେଇ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ରାଜ୍ୟବାସୀଙ୍କୁ ଲକ ଡାଉନ ନିୟମକୁ ପାଳନ କରିବା ସହ ସମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ମାଧ୍ୟମରେ କହିଛନ୍ତି , କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟ ସୀମାକୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକ୍ ଡ଼ାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା ବୋଲି ଟୁଇଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ |

ଏହା ସହିତ ନିଜ ଘରେ ରହିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ |

0
0
0
s2sdefault