ହେଡଲାଇନସ୍:

"କରୋନା " ଲଢେଇ ପାଇଁ ବୀରମହାରାଜପୁର ଶିକ୍ଷକ ସଂଘ  ୫,୨୮,୯୭୬ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱରେ ମହାମାରୀ "କରୋନା " ଭୁତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ "କରୋନା "ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତ ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି । ତେବେ ସମସ୍ତଙ୍କy ସହଯୋଗରେ ମହାମାରୀ କରୋନାକୁ ପରାଜିତ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି । ସେହି କ୍ରମରେ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି "କୋଭିଡ୍ -୧୯ " କୁ ୫,୨୮୯୭୬ ଟଙ୍କା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମିଲିତ ଶିକ୍ଷକ ସଂଘ ପକ୍ଷରୁ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୋଟିଏ ଦିନର ଦରମା  ପ୍ରଦାନ କରିଛନ୍ତି । ଆଜି ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ବ୍ଲକ ର ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ର,  ଶିକ୍ଷକ ମେଘନାଦ ଭୋଇ, ରାସ ବିହାରୀ ମେହର ଓ ନୂତନ ପେନସନ ଭୁକ୍ତ ସଂଘର ସଭାପତି ଶ୍ରୀ ନିବାସୀ ରଥ ,ସଂପାଦକ ଅଭିମନ୍ୟୁ ବଗର୍ତ୍ତୀ ପ୍ରମୁଖ ସୁବର୍ଣ୍ଣପୁର  ଜିଲ୍ଲାପାଳ ମନିଷା ବାନାର୍ଜୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ "କୋଭିଡ୍ -୧୯ " ପାଣ୍ଠିକୁ ଆଥିର୍କ ସାହାଯ୍ୟ ପ୍ରଦାନ କରିଛନ୍ତି । 

0
0
0
s2sdefault