ହେଡଲାଇନସ୍:

ଉପଜିଲ୍ଲାପାଳଙ୍କର ଅଚାନକ ମାତୃନିକେତନ ଗସ୍ତ : ଅବସ୍ଥା ଓ ବ୍ୟବସ୍ଥା ଦେଖି ବିଗିଡିଲେ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଗୋଟେ ଦିନ ମଧ୍ୟରେ ସୁଧାରକରିବାକୁ ଦେଲେ ଚେତାବନୀ 

ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପାଇକମାଲ ଠାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ । ଲକଡାଉନ ଆରମ୍ବ ହେବା ପୂର୍ବରୁ ଜିଲ୍ଲା ଅଧିକାରୀ ମାନେ ଏହି ଅନୁଷ୍ଠାନ କୁ ଆସି ଅନୁଷ୍ଠାନ ର କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଅନୁଷ୍ଠାନ ର ଅବସ୍ଥା ସୁଧାରୁବାକୁ କହିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ଅନେକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏହା ସହିତ କୋରୋନା ସଂକ୍ରମଣ କୁ ରୋକିବା ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଥିଲା । 

       ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ବିନା କୋଣସି ପୁର୍ବ ସୂଚନାରେ ଅନୁଷ୍ଠାନକୁ ଯାଇଥିଲେ । ସେହି ସମୟରେ ଅନୁଷ୍ଠାନ ର ମୁଖ୍ୟ ଅନୁଷ୍ଠାନ ରେ ଅନୁପସ୍ଥିତ ଥିଲେ । ଉପଜିଲ୍ଲାପାଳ ଏହି ଅନୁଷ୍ଠାନ କୋରୋନା ସତର୍କତା ବିଷୟରେ କଣ ପଦକ୍ଷେପ ଗ୍ରହଣ କରିଛି ବୋଲି ଜାଣିବାକୁ ଚାହିଁଥିଲେ । ହେଲେ ଅନୁଷ୍ଠାନ ର ବ୍ୟବସ୍ଥା ଦେଖି ଉପଜିଲ୍ଲାପାଳ ବିରକ୍ତ ପ୍ରକାଶ କରିଥିଲେ । ଅନୁଷ୍ଠାନରେ ନା ଥିଲା ହେଣ୍ଡ ସାନିଟାଇଜର ନା ଥିଲା ଅନ୍ୟାନ୍ୟ ସଫେଇ ସାମଗ୍ରୀ । ଛୁଆମାନେ ବ୍ୟବହାର କରୁଥିବା  ଶୌଚାଳୟ ଗୁଡିକ  ଦୁର୍ଗନ୍ଧରେ ଫାଟି ପଡୁଥିଲା । ଗତ କିଛିଦିନ ତଳେ ସରକାରଙ୍କର ତରଫରୁ ପର୍ଯ୍ୟାପ୍ତ  ପଙ୍ଖା ଯୋଗେଇ ଦିଆ ଯାଇଥିଲା ଯାହାକି ଆଜି ପର୍ଯନ୍ତ କାମରେ ନଲାଗି ପଡିରହିଛି । ଜିଲ୍ଲାପାଲଙ୍କର ନିର୍ଦ୍ଦେଶରେ ଦୁଇଗୋଟି ବଡ଼ ଟିଭି ମଧ୍ୟ ପ୍ରଦାନ କରାଯାଇଥିଲା ତାହା ମଧ୍ୟ ପଡିରହିଛି । କିଛି ସମୟ ପରେ ଅନୁଷ୍ଠାନ ର ମୁଖ୍ୟ ପହଂଚିଥିଲେ  । ଉପଜିଲ୍ଲାପାଳ ତାଙ୍କୁ ଏହି ସବୁ ଅବ୍ୟବସ୍ଥା ବାବଦରେ ପଚାରିଥିଲେ । ହେଲେ ଚିରାଚରିତ ଭାବରେ ସୁପରିଟେଣ୍ଡେଟ ଉପଜିଲ୍ଲାପାଳ ଙ୍କୁ ମିଛସତ କହି ଭୁଆଁ ବୁଲେଇବାକୁ ଚେଷ୍ଟା କରିଥିଲେ ଯେମିତି ସେ ସବୁ ବେଳେ କରନ୍ତି । ହେଲେ ଉପଜିଲ୍ଲାପାଳ ଆସନ୍ତା କାଲି ସୁଦ୍ଧା ସବୁ ସୁବ୍ୟବସ୍ଥା କରିବାକୁ କଡା ଚେତାବନୀ ଦେବା ସହିତ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଙ୍କୁ ଘନ ଘନ ଏହି ଅନୁଷ୍ଠାନ କୁ ପରିଦର୍ଶନ କରିବା ପାଇଁ କହିଥିଲେ ।

0
0
0
s2sdefault