ହେଡଲାଇନସ୍:

"ଶୁଣିବେକି ସରକାର : କେମିତି ପାଳିବି ଏ ପରିବାର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ବ୍ୟବସ୍ଥାରେ ଅବିଚାର : ରାସନ କାର୍ଡ଼ ସାତ ସପନ: ଚାଉଳ ପାଇବାରୁ ବଞ୍ଚିତ ବିଜୟଙ୍କ ପରିବାର

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ  ବକ୍ସମା ଗ୍ରାମ ପଞ୍ଚାୟତ ଲାଡ଼ ଗ୍ରାମର ବିଜୟ ମାଝୀ ଙ୍କୁ ଆଜି ଯାଏଁ ତାଙ୍କୁ ରାସନ କାର୍ଡ଼ ମିଳିନାହିଁ l ଏ ସଂପର୍କରେ ସେ ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସ ରେ ୨୦୧୩ ମସିହାରୁ ଆବେଦନ କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନଥିବା ଦୁଃଖ ପ୍ରକାଶ କରିଛନ୍ତି l ତାଙ୍କର ସ୍ତ୍ରୀ ୨ପୁଅ ଓ ୧ଝିଅ ଅଛନ୍ତି l ସୂଚନାନୁଯାୟୀ : ବିଜୟ ଜଣେ ଦିନ ମଜୁରୀଆ ଅଟନ୍ତି l ତାଙ୍କର ନିଜସ୍ୱ ବୋଲି ଘର ଖଣ୍ଡିଏ ନାହିଁ l ଯେଉଁ ଘର ଥିଲା ତାହା ଭାଙ୍ଗି ଯାଇଛି l ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଓ ବ୍ଲକ ଅଫିସରେ ଆବେଦନ କରିଥିଲେ ମଧ୍ୟ କୌଣସି ସଫଳ ମିଳିନଥିଲା l  ବିଜୟଙ୍କ ଶ୍ୱଶୁର ଜଣେ ସରକାରୀ ଅବସର କର୍ମଚାରୀ ଅଟନ୍ତି l ଝିଅ ଓ ଜ୍ୱାଇଁଙ୍କ ଦୁଃଖ ଦେଖି ତାଙ୍କ ଶ୍ୱଶୁର ଘର ଖଣ୍ଡିଏ ତିଆରି କରିଦେଇଛନ୍ତି l ବିଜୟ ଯେଉଁ ଚାଷ ଓ ମଜୁରୀ କରି ରୋଜଗାର କରିଥିଲେ l ତାହା ମଧ୍ୟ ସରିବାରେ ଲାଗିଲାଣି l କେନ୍ଦ୍ର ଓ ରାଜ୍ୟ ସରକାର କୋରୋନା ମହାମାରୀ ପାଇଁ ରାଜ୍ୟ ଗୁଡିକୁ ଲକ୍ ଡ଼ାଉନ କରିଥିବାରୁ ବିଜୟ ଙ୍କ ପାଖରେ ରାସନ ସାମଗ୍ରୀ କିଣିବା ପାଇଁ କଷ୍ଟକର ହୋଇ ପଡୁଛି l କେନ୍ଦ୍ର ଓ ରାଜ୍ୟ ସରକାର କୋରୋନା ମହାମାରୀ ପାଇଁ ଗରିବ ଓ ଦିନ ମଜୁରୀଆ ଙ୍କ ପାଇଁ ସରକାର ଅନେକ ଯୋଜନାରେ ସାମିଲ କରୁଥିବା ବେଳେ ବେସାହାରା ଭାବେ ଦିନ କାଟୁଛନ୍ତି l ବିଜୟଙ୍କ ପରିବାର ଭଲରେ ଆହାର   ଗଣ୍ଡାଏ  ବି ପରିପୋଷଣ କରି ପାରୁନାହାନ୍ତି l ତାଙ୍କୁ ରାସନ କାର୍ଡ଼ରେ ସାମିଲ କରିବା ପାଇଁ ଗୁହାରି କରିଛନ୍ତି l ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତାଙ୍କୁ ତୁରନ୍ତ ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି l

0
0
0
s2sdefault