ହେଡଲାଇନସ୍:

ସିଏମଙ୍କ ରିଲିଫ ଫଣ୍ଡକୁ ସହାୟତାର ସୁଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ) :- କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ପାଣ୍ଠିକୁ ପଦ୍ମପୁର ଉପଖଣ୍ଡ ର ଅନେକ ଲୋକ ସହାୟତା ରାଶି ପଠାଇ ସାରିଲେଣି ମହାମରୀର ମୁକାବିଲା କରିବା ପାଇଁ । ଏହିକ୍ରମରେ ଆଜି କଂସିଙ୍ଗା ଗ୍ରାମର ଜଣେ ବରିଷ୍ଠ ମହିଳା ନାଗରିକ ଶ୍ରୀମତୀ ନିରା ଭୋଇ ତାଙ୍କର ବିକଳାଙ୍ଗ ପୁଅ ହାତରେ ନଗଦ ଦଶ ହଜାର ଟଙ୍କା , ସେହି କଂସିଙ୍ଗା ଗ୍ରାମର ଜଣେ ସାଧାରଣ ଲୋକ ଡିଲେଶ୍ୱର ସିଂ ବରିହା ପାଞ୍ଚ ହଜାର ଓ ନୂଆଁପାଲି ଗ୍ରାମର ଜଣେ ଗୃହିଣୀ ଗୁଳାବତୀ ପଟେଲ ନିଜର ସଞ୍ଚିତ ଧନରୁ ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ପଦ୍ମପୁର ନାଗରିକ କମିଟିର ଶ୍ରୀ ଅଜିତ ଶତପଥୀ , ଲୟନ୍ସ କ୍ଲବର ଶ୍ରୀ ବିଭୁ ପଣ୍ଡା ଓ ବଣିକ ସଂଘର ସଭାପତି ଶ୍ରୀ ପ୍ରତାପ ମିଶ୍ରଙ୍କ ଉପସ୍ଥିତ ରେ ଏହି ହୃଦୟାବନ ବ୍ୟକ୍ତି ମାନେ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ମାନସ ପ୍ରଧାନ କୁ ଏହି ନଗଦ ରାଶି ପ୍ରଦାନ କରିଥିଲେ ।

 

0
0
0
s2sdefault