ହେଡଲାଇନସ୍:

ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ତା: ୨୬.୦୧.୨୦୨୬ରିଖ ଦିନ ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଭାରତର ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସାମୁହିକ ଉଦ୍ୟମ ଆବଶ୍ୟକ ଓ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ କରିବାକୁ ପଡିବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଭୋର ୦୪.୩୦ମି ସମୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ, ୦୫.୩୦ମି ରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରଠାରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା । ସକାଳ ୦୭.୦୦ଘଟିକା ସମୟରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ପ୍ରମୁଖ ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ୦୭.୩୦ମି ସମୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ସକାଳ ୦୮.୩୦ ମିନିଟ ସମୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥି ତଥା ଉପ ଜିଲ୍ଲାପାଳ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ନିଜର ବ୍ୟକ୍ତବ ରଖିଥିଲେ । ପ୍ୟାରେଡ଼ରେ ବରିଷ୍ଠ ଦଳରେ ଥାୟାରାମା ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଥୟାରାମ୍ମା ଗୁଣପୁର ମହାବିଦ୍ୟାଳୟ ଦ୍ଵିତୀୟ କନିଷ୍ଠ ବର୍ଗରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପ୍ରଥମ, ଗାନ୍ଧୀ ପବ୍ଲିକ ବିଦ୍ୟାଳୟ ଦ୍ଵିତୀୟ, ସିଭିଲିଆନରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ବିକ୍ରମପୁର ପ୍ରଥମ, ଜଗନ୍ନାଥ ପବ୍ଲିକ ସ୍କୁଲ ଦ୍ଵତୀୟ, ଜଗନ୍ନାଥ ପବ୍ଲିକ ସ୍କୁଲ ମାସ ଡ୍ରିଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଦ୍ଵତୀୟ ଭାରତୀୟ ସଂରକ୍ଷିତ ବାହିନୀର କମାଣ୍ଡାଣ୍ଟ ବ୍ରଜ ମୋହନ ନାୟକ, ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର ବିଶ୍ବାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାର, ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ, ଯୋହନ ବଡ଼ଭୂୟାଁ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ଦୀପାରାଣୀ ବେହେରା, ବିନୋଦ ଶବର, ତହସିଲଦାର ଗୟା ଡମ୍ବରୁ ଧର ବେହେରା ବନଖଣ୍ଡ ଅଧିକାରୀ ଗଙ୍ଗାଧର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ୟାରେଡ଼ ପରେ କୌତୁକ ପୋଷାକ ପ୍ରତିଯୋଗିତା, ମାସଡ୍ରିଲ ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ମଞ୍ଚ ଉପରୁ ସମସ୍ତ ପୁରସ୍କାର ବିତରଣ କରିବା ସହ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିବା ସମସ୍ତ ୨୬ଗୋଟି ଦଳକୁ ମାନପତ୍ର ପ୍ରଦାନ ଓ କ୍ରୀଡା ପ୍ରତିଯୋଗିତା କରାଇଥିବା ସମସ୍ତ ପିଇଟି, ସପନ ଦାସ, ରାମ ଗୌଡ଼, କମଳାକାନ୍ତ ଖୁଣ୍ଟିଆ ପ୍ରମୁଖଙ୍କ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀଳମ୍ବର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ୟାରେଡ଼ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱବଧାନରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜସ୍ୱ ସହାୟକ ଯସ୍ମୀନ ଭୂୟାଁ, ସୂଚନା ଓ ଲୋକ ସମ୍ପର୍କର ଅନନ୍ତ ପାତ୍ର, ସୋମନାଥ ଗମାଙ୍ଗ ପ୍ରମୁଖ ସହଯୋଗ କରିଥିଲେ । ପ୍ୟାରେଡ଼ ପରେ ମୁଖ୍ୟ ଅତିଥି ଜେଲ ଓ ମେଡିକାଲ ଅନ୍ତେବାସୀଙ୍କୁ ଫଳ, ମିଠା, ଆଦି ବଣ୍ଟନ କରିଥିଲେ ।

0
0
0
s2sdefault