ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } ଶାସକ ପ୍ରଶାସକ,୨୬/୦୧/୨୦୨୬: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ତନାରଡା ଅଷ୍ଟମ ସ୍ୱତନ୍ତ୍ର ଭାରତ ସଂରକ୍ଷିତ ବାହିନୀ ତରଫରୁ ୭୭ ତମ ସାଧାରଣସନ୍ତ୍ର ଦିବସ ଦୁର୍ଗ ମୁଖ୍ୟଳୟ ପଡିଆ ରେ ଧୁମଧାମରେ ଓ ଆକର୍ଷଣୀୟ ଭାବରେ ପାଳନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଆଇ.ଆର୍.ବି ବାଟାଲିୟନ ଭଞ୍ଜନଗର ର ଦୁର୍ଗପତି ସୁଧାକର ମିଶ୍ର ଜାତୀୟ ପତକା ଉତ୍ତୋଳନ କରିବା ସହ ସୁସଜ୍ଜିତ ଗାଡ଼ିରେ ପ୍ୟାରେଡ ପରିଦର୍ଶନ କରି ମଞ୍ଚରେ ଚଳିତ ୭୭ ତମ ସାଧାରଣତନ୍ତ୍ର ଦିବସ ର ଗୁରୁତ୍ଵ ବିଷୟରେ ଉଦବୋଧନ ଦେଇଥିଲ। ପରିଶେଷରେ ଏଥିରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସ୍କୁଲ ଏବଂ କଲେଜ ପିଲାମାନଙ୍କୁ ଦକ୍ଷତା ଭିତ୍ତିକ ପୁରସ୍କାର ବିତରଣ କରାଯାଇଥିଲା। ଆଜିର ଏହି ଐତିହାସିକ ପୂର୍ଣ୍ଣ ଦିବସ ପାଳନ ଅବସରରେ ହୋଇଥିଲା ଆକର୍ଷଣୀୟ ପ୍ୟାରେଡ୍ ରେ , ଉକ୍ତ ଅଷ୍ଟମ ସ୍ଵତନ୍ତ୍ର ସଂରକ୍ଷିତ ବାହିନୀ (ଆଇ.ଆର୍.ବି) ର ୩ ଗୋଟି ଦଳ , ଭଞ୍ଜନଗର ବ୍ଳକ୍ ରୁ ତିନି ଗୋଟି ଦଳ ଏବଂ ବେଲଗୁଣ୍ଠା ବ୍ଲକ୍ ରୁ ୯ ଗୋଟି ଦଳର ପ୍ରାୟ ୩୫୦ ଜଣ ଛାତ୍ରଛାତ୍ରୀ ଓ ଯବାନ ପ୍ୟାରେଡ୍ ରେ ଭାଗ ନେଇଥିଲେ। ଆଜିର ଏହି ମହାନ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ପ୍ୟାରେଡ୍ କମାଣ୍ଡର ଭାବେ ସହକାରୀ ଦୁର୍ଗପତି ମନୋରଞ୍ଜନ ତରାଇ ଓ ସହଯୋଗୀ ପ୍ୟାରେଡ କମାଣ୍ଡର ନିରୀକ୍ଷକ ଭାବେ ଅମ୍ରିତ କୁମାର ଏକ୍କା ସମଗ୍ର ଦଳ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ରୁ ବିଭିନ୍ନ ବର୍ଗର ମାନ୍ୟ ଗଣ୍ୟ ଅତିଥି ଙ୍କ ସହ ସ୍ଥାନୀୟ ବାସିନ୍ଦା ପ୍ରାୟ ଦୁଇ ହଜାର ସମାଗମ ହୋଇଥିବା ଦେଖାଯାଇଛି।ଶେଷରେ ଚାରି ଗୋଟି ସ୍କୁଲ ର ନିଜ ନିଜର ଦଳଗତ ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ଏଥିରେ ଉପ ଦୁର୍ଗପତି ଲଳିତ କୁମାର ବାଘ କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା ସଫଳ କରାଯlଇଥିଲା ।ପ୍ୟାରେଡ୍ କମାଣ୍ଡର ନିରୀକ୍ଷକ ଭାବେ ଅମ୍ରିତ କୁମାର ଏକ୍କା କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକ ରୁ ମାନ୍ୟ ଗଣ୍ୟ ଅତିଥି ସହ ସ୍ଥାନୀୟ ବାସିନ୍ଦା ପ୍ରାୟ ଦୁଇ ହଜାର ସମାଗମ ହୋଇଥିଲେ। ଶେଷରେ ୪ ଗୋଟି ସ୍କୁଲ ର ନିଜ ନିଜର ଆକର୍ଷଣୀୟ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଉକ୍ତ ବାଟାଲିୟନ ର ଉପ ଦୁର୍ଗପତି ଲଳିତ କୁମାର ବାଘ କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନଙ୍କ ଦ୍ୱାରା ସଫଳ କରାଯlଇଥିଲା








