ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ,ତାରିଖ-୨୬/୧/୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ ସଦରମହକୁମାରେ ୧୬ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ୱାକାଥନ ଶୋଭାଯାତ୍ରା କରାଯାଇଥିଲା । ଏହାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେହିପରି ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଅଶୋକ ଚକ୍ରବର୍ତ୍ତୀ ,ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଅଜୟ କୁମାର ମାଣ୍ଡାଙ୍ଗି ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଜାତୀୟ ମତଦାତା ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଆଗାମି ଦିନରେ ସମସ୍ତ ଭୋଟ ଦାତା ଭୋଟ ଦାନ କରି ନିଜର ଅଧିକାର ସାବ୍ୟସ୍ତ କରିବା ସହିତ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଶ୍ରେଷ୍ଠ ବୁଥ୍ ସ୍ତରିୟ ଅଧିକାରୀ, ଶ୍ରେଷ୍ଠ ଶିକ୍ଷଣ କ୍ଲବ୍, ଶ୍ରେଷ୍ଠ କ୍ୟାମ୍ପସ ଆମ୍ବାସଡ଼ାର୍, ଓ ୧୬ ତମ ଜାତୀୟ ମତଦାତା ଉପଲକ୍ଷେ ଆୟଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ଏଥି ସହିତ ନୂତନ ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ସମସ୍ତଙ୍କୁ ଜାତୀୟ ମତଦାତା ଦିବସ ଶପଥ ପାଠ କରାଯାଇଥିଲା। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ସହ ସଂପୃକ୍ତ ସମସ୍ତ କର୍ମଚାରୀ କାର୍ଯ୍ୟାକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ।








