ହେଡଲାଇନସ୍:

ଲକ୍ ଡାଉନ୍ ରେ ୧୫ ଜଣ କଲେ ସ୍ଵେଚ୍ଛାକୃତ ରକ୍ତଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା :- ପ୍ରତାପ ମେହେର -ସାରା ଦେଶରେ ଲକ୍ ଡାଉନ୍ ର ପ୍ରଭାବ । ବିଶେଷ ପ୍ରଭାବ ପଡ଼ୁଛି ରକ୍ତ ଭଣ୍ଡାର ଉପରେ । କିପରି ନିଜ ମେଡିକାଲ୍ ରେ ରକ୍ତ ଅଭାବ ରୁ କାହାର ମୃତ୍ୟୁ ନହେବ କୌଣସି ରୋଗୀ ହୋଇରାଣ ନେହେବେ ଏନେଇ କିଛି ସ୍ବେଛାସେବୀ ଚିନ୍ତିତ ଥିଲେ । ବୌଦ୍ଧ ଜିଲ୍ଲା ମେଡିକାଲ୍ ରେ  ରକ୍ତ ଅଭାବ ରୁ କାହାର ଅସୁବିଧା ନହେଉ ଏଥି ନିକଟସ୍ଥ ଅନୁଗୋଳ ଜିଲ୍ଲା ର ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅଞ୍ଚଳରୁ ୧୦ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ଓ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବିଭିନ୍ନ ଗ୍ରାମ ରୁ ୫ ଜଣ ରକ୍ତ ଦାତା ଆଜି ବୌଦ୍ଧ ମେଡିକାଲ୍ ରେ ରକ୍ତ ଦାନ କରିଛନ୍ତି । ଲକ୍ ଡାଉନ୍ ର ପ୍ରଭାବ ରେ ପୋଲିସ୍ ଠାରୁ ଅନୁମତି ଆଣି ରକ୍ତ ଦାନ କରିବା ପାଇଁ ଖରାରେ ଆସିଥିଲେ ସ୍ଵେଚ୍ଛାସେବୀ । ରକ୍ତଦାତା ମାନେ ହେଲେ :-  ଶିବ ରାମ ମେହେର , ରାଜେଶ୍ କୁମାର ଗୁରୁଣ୍ଡି , ହିମାଞ୍ଚଳ ପ୍ରଧାନ , ସନ୍ତୋଷ ମେହେର , ଅମରେଶ କୁମାର ପାତ୍ର , ଅଜିତ୍ ବିଶ୍ଵାଳ , ଶ୍ରୀକାନ୍ତ ପ୍ରଧାନ ରାଜୀବ ପ୍ରଧାନ , ନରେନ୍ଦ୍ର ଦେହୁରୀ , ଶରତ ବିଶ୍ବାଳ , ଲକ୍ଷ୍ମଣ ସାହୁ , ଶୁଭେନ୍ଦୁ କୁମାର ପ୍ରଧାନ , ନିଳାଞ୍ଚଳ ପ୍ରଧାନ , ସଚ୍ଚିଦାନନ୍ଦ ପ୍ରଧାନ ଓ ପ୍ରଶାନ୍ତ ବିଶି । ଏଭଳି ସମୟରେ ରକ୍ତ ଦାନ କରିଥିବା ସେଚ୍ଛାସେବି ମାନଙ୍କୁ ୟୁଥ୍ ରେଡ୍ କ୍ରସ୍ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରବୀର୍ ଦାସ ଧନ୍ୟବାଦ୍ ଜଣାଇଛନ୍ତି । ଆମେ ଯେଉଁ ଆସା ରଖିଛୁ ତାହା ଯୁବ ବର୍ଗ ମାନଙ୍କ ଦ୍ଵାରା ହିଁ ପୂରଣ ହେବ ଓ ସେମାନଙ୍କ ମାଧ୍ୟମରେ ରକ୍ତ ଅଭାବରୁ କାହାର ମୃତ୍ୟୁ ହେବ ନାହିଁ ବୋଲି ସ୍ଵେଚ୍ଛାସେବୀ ପ୍ରତାପ ମେହେର କହିଛନ୍ତି ।

ସେହି ପରି ସମାଜସେବୀ ରାଧେଶ୍ୟାମ ସିଂହଳ ନିଜେ ମଧ୍ୟ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ବାର୍ତ୍ତା ଆସିଚି । ଜୀବନ ଜ୍ୟୋତି ରକ୍ତ ଦାତା , ଓଡ଼ିଶା ରକ୍ତ ଭଣ୍ଡାର ବୌଦ୍ଧ , ୟୁଥ୍ ରେଡ୍ କ୍ରସ୍ ବୌଦ୍ଧ ,  ମାରୱାଡ଼ି ଯୁବ ମଂଚ , ଏଲ କେ ବି କେ ,   ମା ମାଉଳୀ ଯୁବକ ସଂଘ , ମାଁ ବୁଢ଼ୀ ବାଉରୀ ରକ୍ତ ଦାତା , ବୌଦ୍ଧ ରକ୍ତ ଦାତା ଓ ବିଭିନ୍ନ ସ୍ବେଚ୍ଛାସେବୀ ତଥା ବୁଦ୍ଧିଜୀବୀ ମହଲରୁ  ଧନ୍ୟବାଦ ଦେଇଛନ୍ତି ।

0
0
0
s2sdefault