ହେଡଲାଇନସ୍:

ବଡ ଖବର: ୧୮ ଏପ୍ରିଲ ସୁଦ୍ଧା ଭାରତକୁ ଆସିପାରେ ୫ ମିନିଟରେ କରୋନା ଯାଞ୍ଚ କରୁଥିବା କିଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) କରୋନା ଭାଇରସ୍ ସଙ୍କଟ ସମୟରେ ଏକ ଖୁସି ଖବର ଆସିଛି । କରୋନା ପରୀକ୍ଷା ପାଇଁ ଆମେରିକା କମ୍ପାନୀ ଆବଟ୍ଟ ପ୍ରସ୍ତୁତ କରିଥିବା ଏକ ଦ୍ରୁତ କିଟ୍ ବର୍ତ୍ତମାନ ଭାରତକୁ ଆସୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି କିଟ୍ ଏପ୍ରିଲ ତୃତୀୟ ସପ୍ତାହ ଅର୍ଥାତ୍ ଏପ୍ରିଲ ୧୮ ସୁଦ୍ଧା ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି  । ଆବଟ୍ଟଙ୍କ ଏହି ଟେଷ୍ଟ କିଟ୍ ମାତ୍ର ୫ ମିନିଟରେ କରୋନା ପଜିଟିଭ ଦେଖାଏ ଓ ନେଗେଟିଭ୍ ରିପୋର୍ଟ ୧୩ ମିନିଟ୍ ଭିତରେ ଆସିଥାଏ ।

 ଏହି କିଟ୍ ର ଖାସ୍ କଥା ହେଉଛି କି, ଏହା ବହୁତ ହାଲୁକା ଓ ଛୋଟ । ତେଣୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଅତି ସହଜ ହୋଇଥାଏ । ଯେଉଁ ମେଡିକାଲରେ ସଂକ୍ରମଣର ମାମଲା ଅଧିକ , ସେଠାରେ ଏହି କିଟର ବ୍ୟବହାର କରିହେବ | 

0
0
0
s2sdefault