ହେଡଲାଇନସ୍:

ବିପୁଳ ମାତ୍ରାରେ ଦେଶୀ ମଦ ପାଉଚ ସହିତ ବଲେରୋ ଜବତ, ଭାଟି ମେନେଜର ସହିତ କୁଚିଆ ବ୍ୟବସାୟୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବରଗଡ :- ଗତ ରାତିରେ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ପ୍ରସାଦ ମୁର୍ମୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡଭା ସ୍ଥିତ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । କୋରୋନା ଜନିତ ସତର୍କତା କାରଣରୁ ରାଜ୍ୟ ସରକାର ଙ୍କର କଡା ନିର୍ଦେଶ ରହିଛି ଯେ ରାଜ୍ୟ ରେ କୋଣସି ମଦ ଦୋକାନ କିମ୍ବା ଭାଟି ଖୋଲା ରହିବ ନାହିଁ । ରାଜ୍ୟ ସରକାର ଙ୍କର ନିର୍ଦେଶ କୁ ହେୟ ଜ୍ଞାନ କରି ଡଭା ଭାଟିର କର୍ମଚାରୀ ମାନେ ଚୋରରେ ମଦ ବିକୁଥିବା ଅଭିଯୋଗ ଶ୍ରୀ ମୁର୍ମୁ ଙ୍କର ହସ୍ତଗତ ହେଇଥିଲା । ଗତ ମଧ୍ୟ ରାତ୍ରି ରେ ଭାଟି ଉପରେ ଚଢ଼ାଉ କରି ଏକ ବୋଲେରୋ ଗାଡି no CG06 GE 9270 କୁ ମଦ ବୋଝେଇ ହେଇଥିବା ଅବସ୍ଥାରେ ଜବତ କରିଥିଲେ । ଘଟଣା ସ୍ଥଳରୁ ମଦ ଭାଟି ମେନେଜର ବିଶାଳ ଗୁପ୍ତା ଓ ଭାଇସାଦରହା ଗ୍ରାମର ମଦ ବ୍ୟବସାୟୀ ଓମ ପ୍ରକାଶ ଡନସନା କୁ ଗିରଫ କରିଥିଲେ । ଶ୍ରୀ ମୁର୍ମୁ ଓ ପୋଲିସ ଦଳ ଉକ୍ତ ବୋଲେରୋ ରୁ ସମୁଦାୟ 200 ml ର ଦୁଇ ହଜାର ପାଉଚ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କର ନାମରେ କେଶ ନମ୍ବର 31/20ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

0
0
0
s2sdefault