ହେଡଲାଇନସ୍:

ଆଜି ରାତିରୁ ୪୮ ଘଣ୍ଟା ଭୁବନେଶ୍ୱର ଓ ଭଦ୍ରକରେ ସବୁ ବନ୍ଦ : ମୁଖ୍ୟସଚିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଅଲ ମୋଷ୍ଟ କର୍ଫ୍ୟୁ ୪୮ ଘଣ୍ଟା ପାଇଁ , କିଛି ଖୋଲିବନି : ଡିଜି 

  ଅର୍ଡର ଯିଏ ପାଳିବ ନାହିଁ ତାଙ୍କୁ ରାସ୍ତାରୁ ଉଠାଇନେଇ ସରକାରୀ କ୍ଵରେଣ୍ଟାଇନରେ ରଖାଯିବା ସହ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଦେଲେ  ସୂଚନା |  କୋବିଦ ୧୯ ମହାମାରୀ ଆରମ୍ଭ ହେବା ପରେ ଆମେ ଅନେକ ପଦକ୍ଷେପ ନେଇଥିଲୁ | ଆମେ ଏହାର ସୁଫଳ ପାଇଛୁ | ବର୍ତ୍ତମାନ ପରିପ୍ରେକ୍ଷୀରେ ଆମକୁ ଅଧିକ ପଦକ୍ଷେପ ନେବାକୁ ପଡିବ | ହେଲେ ପଞ୍ଚମ କୋବିଦ ରୋଗୀ ଟିକେ ଚିନ୍ତାର କାରଣ ପାଲଟିଛି | ଏଇ ସପ୍ତାହଟି ଗୁରୁତ୍ୱପୂର୍ଣ | ବିଦେଶ ଯାଇନଥିବା ଲୋକଙ୍କ କ୍ଷେତ୍ରରେ କରୋନା ଦେଖା ଯିବା ଚିନ୍ତାଦାୟକ | ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ ଭଦ୍ରକ ସହରରେ ପୁରା ସଟଡାଉନ କରାଯିବ | ପୂର୍ବରୁ ଜାରି ହୋଇଥିବା ପାସ ଏବେ ନିଲମ୍ବିତ କରାଗଲା |  ଆବଶ୍ୟକତା ଅନୁଯାୟୀ ପାସ ଜାରି ରହିବ | ଆଜି ସନ୍ଧ୍ୟା ୮ଟା ପରେ ଭଲଭାବେ ସାଇଣ୍ଟିଫିକ ଟ୍ରାକିଙ୍ଗ ଓ  ସର୍ଭେଲାନ୍ସ କରାଯିବ | ଏଇ ସଟ ଡାଉନ  ଅର୍ଡର ଯିଏ ପାଳିବ ନାହିଁ ତାଙ୍କୁ ରାସ୍ତାରୁ ଉଠାଇନେଇ ସରକାରୀ କ୍ଵରେଣ୍ଟାଇନରେ ରଖାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ସମସ୍ତଙ୍କ ଏଥିପାଇଁ ସହଯୋଗ ଲୋଡିଛନ୍ତି ମୁଖ୍ୟ ଶାସନ ସଚିବ | 

ଏ ଅବସସରରେ ଡିଜି କହିଛନ୍ତି ଯେ , ଏହି ଲକଡାଉନ ହେଉଛି ସଟ ଡାଉନ | ଏଥିପାଇଁ ସଟ ଡାଉନ ପାସ ଇସୁ କରାଯିବ |  ଅଲ ମୋଷ୍ଟ କର୍ଫ୍ୟୁ ୪୮ ଘଣ୍ଟା ପାଇଁ : କିଛି ଖୋଲିବନି |ମେଡିକାଲ ଫାସିଲିଟି ଉପରେ କଟକଣା | ଔଷଧ ଦୋକାନ ସଂଖ୍ୟା ବି କମାଇ ଦିଆଯିବ | କେଉଁ କେଉଁ ଔଷଧ ଦୋକାନ ଖୋଲିବ ତାହା ଭୁବନେଶ୍ୱର ଓ ଭଦ୍ରକ ପ୍ରଶାସନ ନିଷ୍ପତ୍ତି ନେବା |  ଛୋଟ ଛୋଟ ରୋଗ ପାଇଁ ଡାକ୍ତରଖାନା ଏହି ଦୁଇଦିନ ଯାନ୍ତୁ ନାହିଁ | ଅତ୍ୟାବଶ୍ୟକ ବା ଜରୁରୀ ହେଲା ଆମ୍ବୁଲାନ୍ସ ଫୋନ କରିଲେ ଆମ୍ବୁଲାନ୍ସ ଆସିବ |  କେହି ଦୟାକରି ବାହାରକୁ ବାହାରନ୍ତୁ ନାହିଁ, କାରଣ ସବୁ ବନ୍ଦ ରହିବ |  ମାର୍କେଟ, ମାଛ, ମାଂସ ଅନ୍ୟାନ୍ୟ ଦୋକାନ ଏପରିକି  ଗ୍ରୋସେରୀ ଦୋକାନ ବି ଖୋଲିବନି | ମାନେ ସବୁ ବନ୍ଦ, ସବୁଠି ତାଲା, କିଛି ସୀମିତ ଅତ୍ୟାବଶ୍ୟକ ସେବାକୁ ଛାଡି | ତେଣୁ ସରକାରଙ୍କ ଏ ନିଷ୍ପତ୍ତିକୁ ମାନିବାପାଇଁ ଅନୁରୋଧ କରିଛନ୍ତି ଡିଜି | 

 

0
0
0
s2sdefault