ହେଡଲାଇନସ୍:

 ଶେଷରେ ନିଲମ୍ବିତ ହେଲେ ବର୍ଦ୍ଦିରେ କଳଙ୍କ ଲଗାଇଥିବା ପୋଲିସ ସବଇନିସ୍ପେକ୍ଟର !

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  ତତ୍କାଳ ପଦକ୍ଷେପ ନେଇଛନ୍ତି କେନ୍ଦୁଝର ଏସପି | ଶେଷରେ କେନ୍ଦୁଝର ଏସପିଙ୍କ ଦ୍ୱାରା ନିଲମ୍ବିତ ହେଲେ ତାଲିବାନୀ ଜୁଲମ ଚଳାଇଥିବା ଅଭିଯୋଗ ହୋଇଥିବା ପୋଲିସ ସବଇନିସ୍ପେକ୍ଟର ବିଶ୍ୱଜିତ ବେହେରା | ଥାନାକୁ ନିଜ କର୍ତ୍ତବ୍ୟ ଭାବେ ନଭାବି , ଲୋକଙ୍କୁ ମଣିଷ ଭଳି ବିବେଚନା ନକରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ "ମୋ ସରକାର-୫ଟି" ନିୟମର ଦିନ ଦିପହର ବଳାତ୍କାର କରି, ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ କଳଙ୍କ ବୋଳୁଥିବା ବିଶ୍ୱଜିତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ଶେଷରେ କେନ୍ଦୁଝର ଏସପି ନେଇଛନ୍ତି କଠୋର ନିଷ୍ପତ୍ତି | ଆଉ ଆଜି ବିଶ୍ୱଜିତଙ୍କ ଅମଣିଷ କାର୍ଯ୍ୟକଳାପକୁ ବିଚାରକୁ ନେଇ ତାଙ୍କୁ ଓ ତାଙ୍କର ତିନି ସହଯୋଗୀଙ୍କୁ ନିଲମ୍ବିତ କରିଥିବା ଖୋଦ  ନିଜେ ଏସପି ଟୁଇଟ ଯୋଗେ ପ୍ରକାଶ କରିଛନ୍ତି  | ପୋଲିସ ପକ୍ଷରୁ କୌଣସି ଅମାନବୀୟ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଏସପି ତାଙ୍କ ଟୁଇଟର ହାଣ୍ଡଲରେ ସୂଚନା ଦେବା ସହ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି | 

 କେନ୍ଦୁଝର ଜିଲ୍ଲା, ରାମଚନ୍ଦ୍ରପୁର ଥାନାର ଏସ୍.ଆଇ ରହି ଆସିଥିବା ଶ୍ରୀ ବିଶ୍ୱଜିତ୍ ବେହେରାଙ୍କ ଯେଉଁପ୍ରକାର ଆତଙ୍କରାଜ ସୃଷ୍ଟି କରି ଚାଲିଥିଲେ  ତାକୁ ଯଦି ଲୋକ "ମୋ ସରକାର -୫ଟି" ବୋଲି ଧରିନେବେ ତେବେ ଲୋକଙ୍କ ଭରସା ତୁଟିଯିବ ସରକାରଙ୍କ ଉପରୁ | ଯଦି ଜଣକ ନାଁରେ କୌଣସି ଅପରାଧ ଅଭିଯୋଗ ଅଛି ତାକୁ ପୋଲିସ ଆଣି ଅଟକ ରଖିବ, ଜେରା କରିବ, କେବେ କେବେ ହାଜତ ଭିତରେ ଜେରା କରି ଥାର୍ଡ଼ ଡିଗ୍ରୀ ବି କରିପାରିବ, କୋର୍ଟ  ଫରୱାଡ କରିପାରିବ | ଯଦି ଜଣେ ମଦ ବେପାର କରୁଛି ତାକୁ ଧରି ଥାନାକୁ ଆଣିବ, ମଦ ଜବତ କରିବ,  ଜେରା କରିବା  ବା ଏମିତି ପକାଉ ପକାଉ ପାହାରେ ଦି ପାହାର ପକେଇଦେଲା ସେଟା ଭିନ୍ନ କଥା | ତାକୁ କଡ଼ାରୁ କଡା ଦଫା ଲଗାଇ କୋର୍ଟ ଫରୱାର୍ଡ଼ କରିବା | ନିଜ ଲଣ୍ଡିତ ମସ୍ତକ ସହ ମୁଣ୍ଡ ପଛର ଜଟ ପାଇଁ 'ଜଟିଆ' ନାମରେ ସମ୍ପୃକ୍ତ ସବଇନ୍ସପେକ୍ଟର୍ ଜଣକ ସମଗ୍ର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛନ୍ତି । ରାମଚନ୍ଦ୍ରପୁର ଥାନା ତଥା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳର ଅନ୍ୟୁନ 150 ଲୋକଙ୍କୁ ବାଡେଇ ଖଣ୍ଡିଆ ଖାବରା କଲେଣି ବୋଲି ଅଭିଯୋଗ  । ଆଉ ଫୋଟୋ ବି ମାଳମାଳ " ମୋ ସରକାର"ଙ୍କ ଏହି ସୁଯୋଗ୍ୟ ପୋଲିସ ଅଧିକାରୀଙ୍କ |  ଯିଏ କଥା କହିଲେ, 'ମଦ ବିକୁଛ, ଚୋରା ଜିନିଷ ରଖିଛ...'ଇତ୍ୟାଦି କହି ମିଛରେ ମାମଲା କରୁଛନ୍ତି । ନିକଟ ଅତୀତରେ ଆନନ୍ଦପୁର ବାରର  ଆଇନଜୀବି ଶ୍ରୀ ଭଗବାନ ମଲ୍ଲିକ, ସାମାଜିକ ଗଣମାଧ୍ୟମରେ ଏହାର ନିନ୍ଦା କରିବାରୁ ବିଶ୍ୱଜିତ ବାବୁ ତାଙ୍କୁ ନିସ୍ତୁକ୍ ମାଡ ଦେଇ ବେହୋସ କରିଦେଇଥିଲେ । ଆନନ୍ଦପୁର ବାର୍ ଆସୋସିଏସନ୍ ଏହାର ପ୍ରତିବାଦ କରି ଆନନ୍ଦପୁର ଥାନା ଘେରାଉ କରିବା ସହ ବିଶ୍ୱଜିତଙ୍କ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ । ସେହିପରି ଓଡିଆ ସମ୍ବାଦପତ୍ର "ସଂଚାର"ର ଆନନ୍ଦପୁର ପ୍ରତିନିଧି ଶ୍ରୀ ରାଜପ୍ରଭୁ ଦାସ, ଏପରି ପୁଲିସ୍ ଜୁଲମ୍ ବିରୁଦ୍ଧରେ ଲେଖିବାରୁ ତାଙ୍କ ସ୍ତ୍ରୀଙ୍କୁ ମିଛରେ ଗିରଫ କରାଗଲା ଓ ତାଙ୍କ ଗାଡି ପୋଡି ଦିଆଗଲା । ଗତ 1 ତାରିଖରେ, ମଦନପୁର ଗ୍ରାମର ସ୍ୱର୍ଗତଃ କ୍ଷେତ୍ରବାସୀ ପରିଡାଙ୍କ ପୁଅ ଶ୍ରୀ ବାସୁଦେବ ପରିଡାଙ୍କ ଘରେ ଅଚାନକ ପହଞ୍ଚିଲେ ଏହି ପୁଲିସ୍ ବାବୁ । ବାସୁଦେବ ଶୋଇଥିଲେ । ତାଙ୍କୁ ଉଠାଇଆଣି ନିସ୍ତୁକ୍ ପ୍ରହାର କଲେ । ପରେ ପୁଲିସ୍ ଗାଡିରେ ବସାଇ ଆଣି ଏକ ନିର୍ଜନ ଜାଗାରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଅମାନୁଷିକ ଭାବରେ ମାରି ଚାଲିଲେ । ପରେ ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପକାଇଦେଇ ଚାଲିଗଲେ । 

 

0
0
0
s2sdefault