ହେଡଲାଇନସ୍:

ଓଡ଼ଗାଁ ଅଗ୍ନିଶମ ସେବା ବାହିନୀ ଦ୍ୱାରା ଡାକ୍ତରଖାନା ସୋଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ିଶା ଅଗ୍ନିସେବା ଇନିସ୍ପେକ୍ଟର ଅଫ୍ ଜେନରାଲଙ୍କ ନିର୍ଦ୍ଦେଶ ଶ ଅନୁସାରେ ଆଜି ଅଗ୍ନିସେବା ବାହିନୀ ଓଡ଼ଗାଁ ଦ୍ୱାରା ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ଲିଚିଙ୍ଗ ଦ୍ୱାରା ସୋଧନ କରାଯାଇଥିଲା । ଏଥିରେ ୨ଗୋଟି ଦମକଳ ନିୟୋଜିତ ହୋଇଥିବା ବେଳେ ଓଡ଼ଗାଁ ଅଗ୍ନିସେବା ଅଧିକାରୀ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଡାକ୍ତରଖାନାକୁ ସୋଧନ କରିବା ପରେ ସ୍ଥାନୀୟ ପ୍ରଶାସନର ଅନୁରୋଧରେ ଶ୍ରୀରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣ ଏବଂ ଓଡ଼ଗାଁ ଥାନା ପରିସରକୁ ବ୍ଲିଚିଙ୍ଗ ଦ୍ୱାରା ସୋଧନ କରାଯାଇଥିଲା । ତେବେ ଆବଶ୍ୟକତା ଅନୁସାରେ ସାନିଟାଇଜର ଦ୍ୱାରା ପରବର୍ତୀ ସମୟରେ ଦର୍କାର ପଡିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକାଧିକ ଥର ସୋଧନ କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ ପ୍ରଧାନଙ୍କ ଠାରୁ ପ୍ରକାଶ । 

 

0
0
0
s2sdefault