ହେଡଲାଇନସ୍:

ଶୁଣିଥିଲୁ କିଚକ ବାହୁବେଳେ ବିରାଟ ରାଜା, ହେଲେ ଏ ବାବୁ !!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହେଲେ କାହା ବାହୁବଳେ ରାମଚନ୍ଦ୍ରପୁର ଅଞ୍ଚଳରେ ପୋଲିସ ବାବୁଙ୍କ ଆତଙ୍କରାଜ !!!!

ବାବୁଙ୍କ ବିରଳ କୃତିର ଭିଡିଓ ହେଉଛି ଭାଇରଲ

ଆଉ ମଉକା ଆଣିଛି ଲକ ଡାଉନ, ବିଭିନ୍ନ ବାହାନାରେ ମନାମାନୀ କରୁଥିବା ଅଭିଯୋଗ 

କେତେ ଲୋକଙ୍କୁ ସର୍ବସମକ୍ଷରେ ଲଙ୍ଗଳା କରି ପିଟି ରକ୍ତାକ୍ତ କଲେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ କାନରେ ପଡିବ  !!

ଭୁବନେଶ୍ୱର(ଶାସକ ପ୍ରଶାସକ) ପୋଲିସ ଜନତାଙ୍କ ବନ୍ଧୁ | ସୁରକ୍ଷା ଦେବ, ଶୃଙ୍ଖଳା ରଖିବ | ଭଲ ବ୍ୟବହାର ପ୍ରଦର୍ଶନ କରିବ | ଥାନାକୁ ଗଲେ ଭଲ ବ୍ୟବହାର ବା ପିଇବାକୁ ପାଣି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ |   ଆଗରୁ ଯାହା ଥିଲା ଥିଲା, ଏବେ ମୁଖ୍ୟମନ୍ତ୍ରୀ ମୋ ସରକାର ଆରମ୍ଭ କଲାପରେ ପୋଲିସ ବ୍ୟବସ୍ଥାରେ ଅନେକ ସୁଧାର ଆସିଥିବା ବେଳେ ଆମେ ଯେଉଁ ପୋଲିସ ବାବୁଙ୍କ କଥା କହୁଛୁ ସେ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଊର୍ଧ୍ୱରେ | ସେ ଆତଙ୍କସୃଷ୍ଟିକାରୀକୁ ସାଇଜ଼  କରିବେ କଣ, ନିଜେ ଆତଙ୍କରାଜ ଚଳାଯାଇଛନ୍ତି | ଥାନାକୁ ଗଲେ ପାଣି ଦେବା ଦୂର କଥା, ଏବେ ଲୋକଙ୍କ ଘରେ ପଶି ସେମାନଙ୍କୁ ପାଣି ପିଆଉଛନ୍ତି |  ଲୋକଙ୍କୁ ଭଲ ବ୍ୟବହାର ଦେବା ଦୂରର କଥା, ଲୋକଙ୍କ ସହ ତାଙ୍କ କଥାବାର୍ତ୍ତା ଶୁଣିଲେ ଯେ କାୖଣସି ଲୋକ କାନରେ ହାତ ଦେଇଦେବ | ଆଉ ଘରେ ଖାଉଥିବା ଲୋକଙ୍କୁ ଉଠାଇଆଣି ଥାନାକୁ ନନେଇ ବାହାରେ ପୁରା ଲଙ୍ଗଳା କରି ବ୍ୟକ୍ତିଗତ ଆକ୍ରୋଶ ସୁଝାଇବା ପାଇଁ ଏମିତି ଜାଗାକୁ ମାଡ ମାରୁଛନ୍ତି ତାହା ଗଣମାଧ୍ୟମରେ ପ୍ରକାଶ କରିହେବନି | ପିଠି ହେଇଥିଲେ ସିନା ଦେଖେଇହେବମ ହେଲେ ଯୋଉ ଜାଗାକୁ ମାରି ମାରି ରକ୍ତାକ୍ତ କରୁଛନ୍ତି ତାକୁ କାହାକୁ ବି ଦେଖେଇ ହେବନି | ଆଉ ଯୋଉ ଭାଷାରେ କଥା ଯେଉଁଛନ୍ତି ତାହା ବି କୌଣସି  ସମ୍ବେଦନଶୀଳ ଲୋକ ନା ଟିଭିରେ ବଜାଇ ପାରିବ ନା ସୋସିଆଲ ମିଡିଆରେ ଲୋଡ଼ କରିପାରିବ | ମାନେ ଥାନା ବାବୁଙ୍କ ପାଇଁ ଥାନା କର୍ତ୍ତବ୍ୟ ନୁହେଁ ତ, ତାଙ୍କ ଜାଗୀର ଭଳି ଅନୁଭବ ହେଉଛି | ସେ ଏକ ପ୍ରକାର ଆତଙ୍କରାଜ ସୃଷ୍ଟି କରିଛନ୍ତି | ଯାହାକୁ ଯାହା ପାରିଲା କରିବେ, ବାବୁଙ୍କ ମୁଡ଼ ଉପରେ ନିର୍ଭର କରୁଛି |  ଯିଏ ପାଟି ଖୋଲିଲା କି କିଛି କହିଲା ତ ନାଁରେ " ମଦ ବିକୁଛୁ, ଗଂଜେଇ ବିକୁଛୁ, ଅମୁକ କରୁଛୁ, ସମୁକ କରୁଛୁ " ଅଭିଯୋଗ ଦେଖାଇ ନିର୍ଘାତିଆ ମାଡ | ଆଉ ବାବୁଙ୍କ ନାଁରେ କିଏ କଣ ଟିକେ କୋଉଠି କହିଦେଲା, ତାକୁ ବି ଘରୁ ଘୋଷାରି ଆଣି ବ୍ୟକ୍ତିଗତ ଆକ୍ରୋଶ ସୁଝାଇବା ପାଇଁ ନିଛାଟିଆ ଜାଗାକୁ ନେଇ ମାଡ ମାରି ରକ୍ତାକ୍ତ କରୁଥିବା ମାଳ ମାଳ ଅଭିଯୋଗ | କୌଣସି ସାମ୍ବାଦିକ ବି ଯଦି ତାଙ୍କ ବିଷୟରେ କିଛି ଲେଖିଦେଲେ ସେ  ବି ବର୍ତ୍ତୁନାହାନ୍ତି ବାବୁଙ୍କ ଆକ୍ରମଣ ଓ ଆକ୍ରୋଶରୁ |  ଅଭିଯୋଗ ଜିଲା ପୋଲିସ ମୁଖ୍ୟଙ୍କ ପାଖରେ ପହଂଚୁଛିକି ନାହିଁ କେଜାଣି ଇଏ କିନ୍ତୁ ନିଶାରେ ଘିଅ ମାରି ନିଜ ତାଲିବାନୀ ଶାସନ ଚଳାଇଛନ୍ତି | ଆଉ ଏବେ କରୋନା କୁଆଡେ ବାବୁଙ୍କ ପାଇଁ  ଆଶୀର୍ବାଦ ସାଜିଛି |  ମଉକା ଆଣିଛି ଲକ ଡାଉନ, ବିଭିନ୍ନ ବାହାନାରେ ଫୁଲ ଦମରେ ମନମାନୀ କରୁଥିବା  ସହ ଲୋକଙ୍କ ଘରେ ପଶି ଲୋକଙ୍କ ଭିତରେ ଆତଙ୍କରାଜ ଚଳାଇଥିବା ଅଭିଯୋଗ ଲୋକ କରିଥିବା ଜଣାପଡିଛି |  

ଆମେ ତାଙ୍କ ଭାଷାର ଆଉ ତାଙ୍କ ଆକ୍ରୋଶମୂଳକ ପଦକ୍ଷେପର ଗୋଟେ ନମୁନା ଦେଉଛୁ , ଯାହାର ଭିଡିଓ ଆମ ପାଖରେ ଅଛି | ଖାଲି ମା ଭଉଣୀକୁ ଲଗେଇ ଦେଶୀ ସଂସ୍କୃତ ଭାଷା | ଆମେ କହୁଛୁ  କେନ୍ଦୁଝର ଜିଲ୍ଲା, ରାମଚନ୍ଦ୍ରପୁର ଥାନାର ଏସ୍.ଆଇ ଶ୍ରୀ ବିଶ୍ୱଜିତ୍ ବେହେରାଙ୍କ କଥା | ସେ ଯେଉଁପ୍ରକାର ଆତଙ୍କରାଜ ସୃଷ୍ଟି କରି ଚାଲିଛନ୍ତି ତାକୁ ଯଦି ଲୋକ "ମୋ ସରକାର -୫ଟି" ବୋଲି ଧରିନେବେ ତେବେ ଲୋକଙ୍କ ଭରସା ତୁଟିଯିବ ସରକାରଙ୍କ ଉପରୁ | ଯଦି ଜଣକ ନାଁରେ କୌଣସି ଅପରାଧ ଅଭିଯୋଗ ଅଛି ତାକୁ ପୋଲିସ ଆଣି ଅଟକ ରଖିବ, ଜେରା କରିବ, କେବେ କେବେ ହାଜତ ଭିତରେ ଜେରା କରି ଥାର୍ଡ଼ ଡିଗ୍ରୀ ବି କରିପାରିବ, କୋର୍ଟ  ଫରୱାଡ କରିପାରିବ | ଯଦି ଜଣେ ମଦ ବେପାର କରୁଛି ତାକୁ ଧରି ଥାନାକୁ ଆଣିବ, ମଦ ଜବତ କରିବ,  ଜେରା କରିବା  ବା ଏମିତି ପକାଉ ପକାଉ ପାହାରେ ଦି ପାହାର ପକେଇଦେଲା ସେଟା ଭିନ୍ନ କଥା | ତାକୁ କଡ଼ାରୁ କଡା ଦଫା ଲଗାଇ କୋର୍ଟ ଫରୱାର୍ଡ଼ କରିବା | ନିଜ ଲଣ୍ଡିତ ମସ୍ତକ ସହ ମୁଣ୍ଡ ପଛର ଜଟ ପାଇଁ 'ଜଟିଆ' ନାମରେ ସମ୍ପୃକ୍ତ ସବଇନ୍ସପେକ୍ଟର୍ ଜଣକ ସମଗ୍ର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛନ୍ତି । ରାମଚନ୍ଦ୍ରପୁର ଥାନା ତଥା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳର ଅନ୍ୟୁନ 150 ଲୋକଙ୍କୁ ବାଡେଇ ଖଣ୍ଡିଆ ଖାବରା କଲେଣି ବୋଲି ଅଭିଯୋଗ  । ଆଉ ଫୋଟୋ ବି ମାଳମାଳ " ମୋ ସରକାର"ଙ୍କ ଏହି ସୁଯୋଗ୍ୟ ପୋଲିସ ଅଧିକାରୀଙ୍କ |  ଯିଏ କଥା କହିଲେ, 'ମଦ ବିକୁଛ, ଚୋରା ଜିନିଷ ରଖିଛ...'ଇତ୍ୟାଦି କହି ମିଛରେ ମାମଲା କରୁଛନ୍ତି । ନିକଟ ଅତୀତରେ ଆନନ୍ଦପୁର ବାରର  ଆଇନଜୀବି ଶ୍ରୀ ଭଗବାନ ମଲ୍ଲିକ, ସାମାଜିକ ଗଣମାଧ୍ୟମରେ ଏହାର ନିନ୍ଦା କରିବାରୁ ବିଶ୍ୱଜିତ ବାବୁ ତାଙ୍କୁ ନିସ୍ତୁକ୍ ମାଡ ଦେଇ ବେହୋସ କରିଦେଇଥିଲେ । ଆନନ୍ଦପୁର ବାର୍ ଆସୋସିଏସନ୍ ଏହାର ପ୍ରତିବାଦ କରି ଆନନ୍ଦପୁର ଥାନା ଘେରାଉ କରିବା ସହ ବିଶ୍ୱଜିତଙ୍କ ବିରୁଦ୍ଧରେ ଲିଖିତ ଏତଲା ଦେଇଥିଲେ । ସେହିପରି ଓଡିଆ ସମ୍ବାଦପତ୍ର "ସଂଚାର"ର ଆନନ୍ଦପୁର ପ୍ରତିନିଧି ଶ୍ରୀ ରାଜପ୍ରଭୁ ଦାସ, ଏପରି ପୁଲିସ୍ ଜୁଲମ୍ ବିରୁଦ୍ଧରେ ଲେଖିବାରୁ ତାଙ୍କ ସ୍ତ୍ରୀଙ୍କୁ ମିଛରେ ଗିରଫ କରାଗଲା ଓ ତାଙ୍କ ଗାଡି ପୋଡି ଦିଆଗଲା । ଗତ 1 ତାରିଖରେ, ମଦନପୁର ଗ୍ରାମର ସ୍ୱର୍ଗତଃ କ୍ଷେତ୍ରବାସୀ ପରିଡାଙ୍କ ପୁଅ ଶ୍ରୀ ବାସୁଦେବ ପରିଡାଙ୍କ ଘରେ ଅଚାନକ ପହଞ୍ଚିଲେ ଏହି ପୁଲିସ୍ ବାବୁ । ବାସୁଦେବ ଶୋଇଥିଲେ । ତାଙ୍କୁ ଉଠାଇଆଣି ନିସ୍ତୁକ୍ ପ୍ରହାର କଲେ । ପରେ ପୁଲିସ୍ ଗାଡିରେ ବସାଇ ଆଣି ଏକ ନିର୍ଜନ ଜାଗାରେ ସମ୍ପୂର୍ଣ୍ଣ ଉଲଗ୍ନ କରି ଅମାନୁଷିକ ଭାବରେ ମାରି ଚାଲିଲେ । ପରେ ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପକାଇଦେଇ ଚାଲିଗଲେ । 

ତେବେ ଏହା କଣ ମୋ ସରକାର ଆଉ ୫ ଟି ? ଆଉ ଏଇଆ କରିବାକୁ ବା ଏପରି ଅରାଜକତା ବା ଆତଙ୍କ ରାଜ  ସୃଷ୍ଟି କରିବାକୁ କଣ ସରକାରଙ୍କ ପକ୍ଷରୁ  ଉଦ୍ଦେଶ୍ୟମୂଳକ ଭାବେ ପଠାଯାଇଛି କି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା | ପୋଲିସ ମାତ୍ରାଧିକ କାର୍ଯ୍ୟକଳାପର ସୀମା ଅତିକ୍ରମ କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ କିଏ କାହିଁକି ଘଣ୍ଟ  ଘୋଡ଼ାଉଛି ବା ଲୋକଂକ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଛି ତାହା ଲୋକଙ୍କ ମଧ୍ୟରେ ଏବେ ସଂଶୟ ସୃଷ୍ଟି କରିବା ଆରମ୍ଭ କଲାଣି | ଶୁଣିଥିଲୁ କିଚକ ବହୁବେଳେ ବିରାଟ ରାଜା ବୋଲି |  ହେଲେ କାହା ବାହୁବଳେ ରାମଚନ୍ଦ୍ରପୁର ଅଞ୍ଚଳରେ ପୋଲିସ ବାବୁଙ୍କ ଆତଙ୍କରାଜର ଅଭିଯୋଗ  !!!! ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜନ ଅସନ୍ତୋଷ ସୃଷ୍ଟି ହେବା ସତ୍ତ୍ୱେ କେମିତି ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ କାନରେ ପଡୁନି |  ସତରେ ସରକାର ଯଦି ଲୋକଙ୍କ ହିତ ଚାହୁଁଥାନ୍ତି ବା ବାସ୍ତବରେ ଲୋକଙ୍କୁ ଏହି ଆତଙ୍କରୁ ମୁକ୍ତି ଦେବା ପାଇଁ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଏସପି ଓ ମହାନିର୍ଦ୍ଦେଶକଙ୍କ ନିକଟରେ ଦାବି ହୋଇଛି |

0
0
0
s2sdefault