ହେଡଲାଇନସ୍:

ପାରିବାରିକ କଳହ ଯୋଗୁ ଚାଲିଗଲା ଗୋଟିଏ ପରିବାରର ଚାରି ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Sundargarh/ horachand deuria :ସୁନ୍ଦରଗଡ଼ ଜିଲ୍ଲା ସିମାବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ସିମଡେଗା ଜିଲ୍ଲାର କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଘଟିଛି ଏକ ଦୁଃଖଦ ଘଟଣା ଘଟିଛି। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ପରିବାର ମଧ୍ୟରେ ମାରପିଟ୍‌ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଆଜି ସକାଳ ପ୍ରାୟ 9 ଟା ସମୟରେ ଉକ୍ତ ପରିବାରର ସାନଭାଇର ସ୍ତ୍ରୀ ଲାଇବତୀ ଓ ପୁଅ ସୁନୀଲ ୟାଦବ୍ ତାଙ୍କ ମହୁଲ ଗଛ ପାଇଁ କୁ ମହୁଲ ଗୋଟେଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଅନ୍ୟ ଦୁଇ ଭାଇ ବିତ୍ଲୁ ୟାଦବ୍ ଓ ମହିନ୍ଦ୍ର ୟାଦବ୍ ଆସି ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଦୁଇ ଭାଇ ଙ୍କର ମୃତ୍ଯ ହେବା ସଙ୍ଗେ ସଙ୍ଗେ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା ଏବଂ କୌଣସି ଆଡୁ ମିଳିଥିବା 5000 ଟଙ୍କା କୁ ନେଇ ମଧ୍ୟ ଝଗଡ଼ା ହୋଇଥିଲା ତେବେ ଏହି ଘଟଣାରେ ମୃତକ ଦୁଇ ଭାଇଙ୍କ ଦୁଇ ପୁଅ ମଧ୍ୟ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଶବକୁ ଯବତ୍ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଛନ୍ତି ।

0
0
0
s2sdefault