ହେଡଲାଇନସ୍:

ପ୍ରଦିପ୍ତ ଦଳବେହେରାଙ୍କ ସହିତ ମିଶିଛନ୍ତି କି, ସାବଧାନ  !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 "ନିଜକୁ ହୋମ କ୍ଵାରେଣ୍ଟାଇନରେ ରଖିବା ସହ ନିଜକୁ ପଂଜିକୃତ କରନ୍ତୁ "

ଭୁବନେଶ୍ୱର: ପ୍ରଦିପ୍ତ ଦଳବେହେରାଙ୍କ ସହିତ ମିଶିଛନ୍ତି କି ! ଯଦି କେହି ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ଆପେ ଆପେ ଆଇସୋଲେସନରେ ରୁହନ୍ତୁ |  ଏହାସହ ୧୦୪କୁ ଫୋନ କରି ପଂଜୀକରଣ କରନ୍ତୁ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନିୟମକୁ ଭଙ୍ଗ କରି ଆହ୍ବାନ ଜଣାଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ଯଦିଓ ପ୍ରକାଶ ନକରିବାକୁ ରାଜ୍ୟ ସରକାର କଟକଣା ଜାରି କରିଥିଲେ, ତଥାପି ପ୍ରଥମଥର ପାଇଁ ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର । ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତି  ପ୍ରଦିପ୍ତ ଦଳବେହେରା ସୂର୍ଯ୍ୟନଗର, ପ୍ଲଟ ନମ୍ବର-୩୭, ୟୁନିଟ-୭ରେ ରହୁଥିବା ବେଳେ ସେ ରାଜ୍ୟ ବାହାରକୁ କିମ୍ବା ଦେଶ ବାହାରକୁ ଯାଇନାହାନ୍ତି ।  ହେଲେ ତାଙ୍କ ସହ କେହି କେହିଁ କେତେବେଳେ ଯଦି ମିଶିଥାଇପାରନ୍ତି, ତେବେ ନିଜକୁ ସେମାନେ ନିଜକୁ ହୋମ କ୍ଵାରେଣ୍ଟାଇନରେ ରଖିବା ସହ ନିଜକୁ ପଂଜିକୃତ କରନ୍ତୁ ବୋଲି ବିଏମସି କମିଶନର ଅନୁରୋଧ କରିଛନ୍ତି |

ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମଣରେ ପଜିଟିଭ୍ ଚିହ୍ନଟ ୫ମ ବ୍ୟକ୍ତିଙ୍କ ସଂପର୍କରେ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ  ବୃହତ୍ତର ଜନସ୍ୱାର୍ଥକୁୁ ଦୃଷ୍ଟିରେ ରଖି  କରାଯାଇଛି |  କୋଭିଡ୍-୧୯ ସଂକ୍ରମିତ ପଞ୍ଚମ ବ୍ୟକ୍ତିଙ୍କୁ ଭୁବନେଶ୍ୱରରେ ଚିହ୍ନଟ କରାଯାଇଥିବା ବେଲେ  ସେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରିନଥିଲେ ସୁଦ୍ଧା ତାଙ୍କ ଭିତରେ କୋଭିଡ୍-୧୯ ସଂକ୍ରମଣର ସ୍ୱତନ୍ତ୍ର ଲକ୍ଷଣ ଠାବ କରାଯାଇଛିା

 ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ଶ୍ରୀ ପ୍ରଦୀପ୍ତ କୁମାର ଦଳବେହେରାା  ସେ ୟୁନିଟ୍-୦୭, ଓ୍ୱାର୍ଡ ନମ୍ବର ୪୬ ଅନ୍ତର୍ଗତ ସୂର୍ଯ୍ୟନଗର ପ୍ଲଟ୍ ନମ୍ବର-୩୭ରେ ରୁହନ୍ତିା ତାଙ୍କ ପରିଚୟ ପରିପ୍ରକାଶ ପରେ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି କି ଯେଉଁମାନେ ୧ ମାର୍ଚ୍ଚ ୨୦୨୦ ଠାରୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସଂସ୍ପର୍ଶରେ ଆସିବା ଦିନଠାରୁ ନିଜକୁ ୧୪ ଦିନ ପାଇଁ ହୋମ୍ କ୍ୱାରାଣ୍ଟାଇନ୍ (ସଙ୍ଗରୋଧ) ରହିବୋ ସେମାନେ ସମସ୍ତେ ୧୦୪ ନମ୍ବରରେ ପଞ୍ଜୀକରଣ କରନ୍ତୁା ଯଦି ସେମାନଙ୍କ ମଧ୍ୟରେ ସଂକ୍ରମଣଜନିତ କିଛି ଲକ୍ଷଣ ଦେଖାଯାଏ, ତା'ହେଲେ ପ୍ରଶାସନକୁ ଅବଗତ କରାଇ ଆବଶ୍ୟକ ସାହାଯ୍ୟ ନିଅନ୍ତୁା ସଂକ୍ରମିତ ବ୍ୟକ୍ତି ଶ୍ରୀ ଦଳବେହେରା ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ପ୍ରକାର ସାମାଜିକ ଭେଦଭାବ ନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛିା ଯଦି କୌଣସି ବ୍ୟକ୍ତି ଏପରି ଆଚରଣ ପ୍ରଦର୍ଶନ କରନ୍ତି, ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୧୮୮ ଏବଂ ସଂକ୍ରମଣ ରୋଗ ଆଇନ ୧୮୯୭ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା 

ଏତଦ୍ବ୍ୟତୀତ ଉକ୍ତ ଅଞ୍ଚଳକୁ ମଧ୍ୟ ସଂକ୍ରମଣ ପ୍ରତିହତ କରିବା ପାଇଁ ନିଷିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛିା ଆଗାମୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହି ଅଞ୍ଚଳର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ବନ୍ଦ କରାଯାଇ ବ୍ୟାରିକେଡିଂ କରାଯିବା ସେହି ଅଞ୍ଚଳଗୁଡ଼ିକ ହେଉଛି- ଗୋପବନ୍ଧୁ ଛକଠାରୁ ଏଲ୍ଆଇସି ଛକ, ଏଲ୍ଆଇସି ଛକଠାରୁ ଗଙ୍ଗ ନଗର ଛକ, ଗଙ୍ଗନଗର ଛକଠାରୁ ସିରିପୁର ଛକ ଏବଂ ସିରିପରୁ ଛକଠାରୁ ଗୋପବନ୍ଧୁ ଛକା ସେହି ଅଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟ, ପରିମଳ କିମ୍ବା ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂପର୍କିତ ସେବାକୁ ନିଶ୍ଚିତ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା ଗ୍ରହଣ କରାଯାଇଛିା ଡାକ୍ତର ଏବଂ ଚିକିତ୍ସା ସହାୟକ ଦଳ ଘରକୁ ଘର ଯାଇ ପ୍ରତି ପରିବାରର ସ୍ୱାସ୍ଥ୍ୟାବସ୍ଥା ପରଖିବା ସହ ସେ ସଂପର୍କରେ ପ୍ରତ୍ୟେକ ଦିନ ତଥ୍ୟ ସଂଗ୍ରହ କରିବୋ 

ପ୍ରକାଶ ଥାଉ କି, ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଧାରା ୬(୨) (ଆଇ) ଅନୁଯାୟୀ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ରାଜ୍ୟ ସରକାର କିମ୍ବା ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକୀୟ ମାର୍ଗଦର୍ଶିକା ଅନୁପାଳନ କ୍ଷମତା ପ୍ରଦାନ କରିଛନ୍ତିା ଏହି ଧାରା ବଳରେ ଭୁବନେଶ୍ୱର ମହାନଗର ନିଗମ କମିଶନର ଆଜି ଏହି ଘୋଷଣା କରିଛନ୍ତିା

0
0
0
s2sdefault