ହେଡଲାଇନସ୍:

ପ୍ରମିଳା ଦେଲେ ତିନିମାସର ଦରମା ଓ ସଂସଦ ହାତ ପାଣ୍ଠିରୁ ଦୁଇ କୋଟି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର /ଶାସକ ପ୍ରଶାସକ :- ସବୁ ବେଳେ ଚର୍ଚ୍ଚା ରେ ରହୁଥିବା ଆସ୍କା ସାଂସଦ ପ୍ରମିଳା ବିଶୋଇ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଦେଶରେ ଦେଖାଦେଇଥିବା କୋରୋନା ମହାମାରୀ ର ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ Ministry of Statistics and Program Implementation ( MoSPI ) କୁ , ଆଉ ୧ କୋଟି ଟଙ୍କା ନିଜର ଅଞ୍ଚଳରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଗଂଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି | ନିଜର ଦରମାରୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ପ୍ରମିଳା ଦେବୀ | ଏହି  ସହାୟତା ଗଂଜାମ ଜିଲ୍ଲାପାଳ ଶ୍ରୀ ବିଜୟ କୁଲାଙ୍ଗେଙ୍କୁ ପ୍ରଦାନ କରିଥିବା ସୂଚନା ମିଳିଛି । ଏହି ଅବସରରେ ତାଙ୍କର ବ୍ୟକ୍ତିଗତ ସହାୟକ ଶ୍ରୀ ନୀଳମଣି ପଟ୍ଟନାୟକ, ସାଂସଦ ଙ୍କର ଦୁଇ ନାତି ଙ୍କ ଉପସ୍ଥିତ ଥିଲେ ।

0
0
0
s2sdefault