ହେଡଲାଇନସ୍:

ଓଏଏସ ଅଫିସର ମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ  ମୁଣ୍ଡପିଛା ଦେବେ ୩୦୦୦ରୁ ୫୦୦୦ ଟଙ୍କା !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋଭିଡ୍-୧୯ ପାଇଁ ଓଡ଼ିଶା ପ୍ରଶାସନିକ ସେବା ସଂଘର ଦିନକର ଦରମା ପ୍ରଦାନ

ଭୁବନେଶ୍ୱର : (ଶାସକ ପ୍ରଶାସକ): ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ସମସ୍ତ ସଦସ୍ୟସଦସ୍ୟା ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ସେବାସଂଘର ଏହି ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଅନୁଯାୟି ଜଣେ ଓଏଏସ ଅଫିସର ପ୍ରତ୍ୟେକେ ସର୍ବନିମ୍ନ ୩୦୦୦ ଟଙ୍କା ଓ ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରଦାନ କରିବେ | 

ଆଜି ଏହି ମର୍ମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ସଂଘ ତରଫରୁ ଜଣାଇ ଦିଆଯାଇଛି । ଜିଲ୍ଲା ସଂଘଗୁଡ଼ିକ ଏକ ସଙ୍ଗରେ ଆଦାୟ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରେ ଜମା କରିବାକୁ କୁହାଯାଇଛି । ସଂଘ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା  ସମସ୍ତ ଉଦ୍ୟମରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରାଯାଇଛି । 

0
0
0
s2sdefault