ହେଡଲାଇନସ୍:

ଛି ଛି ....ନାବାଳିକା ପ୍ରତି ଦୁଷ୍କର୍ମ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ଜ଼ିଲ୍ଲାର  ଶାସନ ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ନେଇ ଶାସନ ଥାନାରେ ଅଭିଯୋଗ ମଧ୍ୟ ହୋଇଛି l  ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଶାସନ ଥାନା ଅନ୍ତର୍ଗତ ପରମାଣପୁର ଗାଁର ଜଣେ ୧୧ ବର୍ଷ ବୟସ୍କା ନାବାଳିକା କନ୍ୟା ନିଜର ଆଈଙ୍କ ସହ ଘରେ ଶୋଇଥିଲେ l ବୁଧବାର ବିଳମ୍ବିତ ରାତିରେ  କେହି ଜଣେ ଅସାମାଜିକ ଯୁବକ ଘରର ପଛପଟ କବାଟ ଖୋଲି ଘର ଭିତରକୁ ପଶି  ପୀଡ଼ିତା ନାବାଳିକାଙ୍କୁ ଉଠାଇ ନେଇଥିଲା l  ତା’ପରେ ସେ ଗ୍ରାମ ଦେବୀଙ୍କ ମନ୍ଦିର ପାଖରେ ନାବାଳିକା ସହ ଦୁଷ୍କର୍ମ କରି ପଳାୟନ କରିଛି l ଘରକୁ ଫେରି ପୀଡ଼ିତା ସବୁ କଥା କହିବା  ପରେ ପରିବାର ପକ୍ଷରୁ ଶାସନ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି l

0
0
0
s2sdefault