ହେଡଲାଇନସ୍:

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 650 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼-୧୯ ହସ୍ପିଟାଲ ଦ୍ୱୈତ ନଗରୀରେ ପ୍ରସ୍ତୁତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 650 ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଡ଼-୧୯ ହସ୍ପିଟାଲ ଭୁବନେଶ୍ୱର ଓ କଟକରେ ପ୍ରସ୍ତୁତ । ଭୁବନେଶ୍ୱରରେ କଳିଙ୍ଗ ଇନ୍ଷ୍ଟିଟ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ବା କିମ୍ସରେ 500 ଶଯ୍ୟା ବିଶିଷ୍ଟ । ଦ୍ୱିତୀୟଟି କଟକରେ ଅଶ୍ୱିନୀ ହସ୍ପିଟାଲରେ 150 ଶଯ୍ୟା ବିଶିଷ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଯାକ ହସ୍ପିଟାଲର ପରିଚାଳନା କର୍ତ୍ତୃପକ୍ଷ ଓ ଡାକ୍ତର ତଥା ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । କୋବିଡ଼ 19 ବିରୋଧୀ ଲଢେଇରେ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ରେକର୍ଡ ଟାଇମ 7 ଦିନ ମଧ୍ୟରେ ୨ଟିଯାକ ସ୍ୱତନ୍ତ୍ର କୋବିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ଯୋଗୁଁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ଯେ ଏହି ଦୁଇଟି ହସ୍ପିଟାଲ ଓଏମସିର ଆର୍ଥିକ ସହାୟତାରେ ପରିଚାଳିତ ହେବାକୁଥିବା ବେଳେ କରୋନା ରୋଗୀଙ୍କ ଚିକିତ୍ସା ଓ ରହଣି ସମ୍ପୂର୍ଣ ନିଃଶୁଳ୍କ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

0
0
0
s2sdefault