ହେଡଲାଇନସ୍:

ବିଭିନ୍ନ ପଂଚାୟତ ବୁଲି ଖାଦ୍ୟ ର ମାନ ଓ ପରିମାଣ ପରୀକ୍ଷା କଲେ ବିଧାୟକ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଆଜି ପାଇକମାଲ ବ୍ଲକର ବରତୁଣ୍ଡା , ଜାମସେଠ, ମାଣ୍ଡୋସିଲି , ଛୀଂଦେଇକେଲା, ଝାରବନ୍ଧ , କାଂଶଡା , ଭୁବନେଶ୍ୱରପୁର ଆଦି ପଞ୍ଚାୟତ ଗସ୍ତକରି ପ୍ରତ୍ୟେକ ପଂଚାୟତ ର ଗରିବ ଓ ଅସହାୟ ଲୋକଙ୍କୁ ରାଜ୍ୟ ସରକାର ଙ୍କର ଦ୍ୱାରା ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ର ମାନ ଓ ପରିମାଣ କୁ ଯାଞ୍ଚ କରିଥିଲେ । ପ୍ରାୟ ସବୁ ସ୍ଥାନରେ ସେ ସାମାଜିକ ଦୂରତା ରଖି ନିଜେ ଲୋକଙ୍କୁ ଖାଦ୍ୟ ମଧ୍ୟ ପରସି ଦେଇଥିଲେ । ଖାଦ୍ୟର ମାନରେ ବିଧାୟକ ସମ୍ପୂର୍ଣ୍ଣ ଭାବରେ ଆଶ୍ୱସ୍ତ ଥିବା ବେଳେ ଖାଦ୍ୟ ପରିବେଷଣ କରାଯାଉଥିବା ସ୍ଥାନ ମାନଙ୍କରେ ଭିଡ଼ ଯେମିତି ନ ହେବ ସେଥି ପ୍ରତି ଓ ଲୋକ ଯେମିତି ସ୍ୱଚ୍ଛତା ର ସହିତ ଖାଦ୍ୟ ଗ୍ରହଣ କରିବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ । ବିଧାୟକ ଙ୍କର ସହିତ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଉପସ୍ଥିତ ଥିଲେ ।

 

0
0
0
s2sdefault