ହେଡଲାଇନସ୍:

ବୃନ୍ଦାବତୀଙ୍କ ସ୍ୱରରେ କରୋନା ସଚେତନତା ଗୀତ : ବରଗଡ ପୋଲିସର ଅଭିନବ ପ୍ରୟାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ(ଶାସକ ପ୍ରଶାସକ)  :- ବରଗଡ଼ ପୋଲିସ କୋରୋନା ସଚେତନତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରି ବର୍ତ୍ତମାନ ସାରା ଜିଲ୍ଲା ଓ ଜିଲ୍ଲା ବାହାରେ ପ୍ରଶଂସାର ପାତ୍ର ହେଇପାରିଛି । ଲକଡାଉନ ପାରେ ବରଗଡ଼ ପୋଲିସ ବିଭିନ୍ନ ସ୍ଥାନରେ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ଲୋକଙ୍କ ନିକଟତର ହେଇଥିବା ବେଳେ ଏବେ କୋରୋନା ମହାମାରୀ ର ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପୋଲିସ ର ଜଣେ ମହିଳା ଟ୍ରାଫିକ ପୋଲିସ ବୃନ୍ଦାବତୀ ସାହୁ ଙ୍କର ସୁମଧୁର କଣ୍ଠ ରେ ଗୋଟେ ହିନ୍ଦୀ ଓ ଗୋଟେ ସମ୍ବଲପୁରୀ ଗୀତ ରେକଡ଼ କରାଯାଇଛି ।

ଅତିରିକ୍ତ SP ଶ୍ରୀ ଅମରେନ୍ଦ୍ର ରଣା ଏହି ଗୀତ ଦୁଇଟି ରେ ଦିଆଯାଇଥିବା ବାର୍ତ୍ତା କୁ ଯଦି ଲୋକେ କାମରେ ଲଗାଇବେ ତେବେ ଆମେ ନିଶ୍ଚିତ ଭାବରେ କୋରୋନା ମହାମାରୀ ରୁ ବର୍ତୀ ପାରିବୁ ବୋଲି କହିଛନ୍ତି । ପୋଲିସ ର ଏହି ପଦକ୍ଷେପ କୁ ବର୍ତମାନ ସବୁ ମହଲରେ ପ୍ରସଂଶା କରାଯାଉଥିବା ସହିତ ସାମାଜିକ ଗଣମାଧ୍ୟମ ରେ ବର୍ତ୍ତମାନ ବୃନ୍ଦାବତୀ ସାହୁ ଙ୍କର ଏହି ଗୀତ ଦୁଇଟି ଖୁବ ଭାଇରାଲ ହେଉଛି । 

0
0
0
s2sdefault