ହେଡଲାଇନସ୍:

କରୋନା ମୁକାବିଲାକୁ ନେଇ ସରକାରଙ୍କ କଥା ଓ କାମରେ ମେଳ ରହୁ ନାହିଁ - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାକ୍ତର, ପୋଲିସ ଓ ନର୍ସିଂ ଷ୍ଟାଫ୍ ଙ୍କୁ ବିଧାନସଭାରେ କଲେ ପ୍ରଶଂସା 

ବଲାଙ୍ଗିରରେ ପିଇବା ପାଣି ସମସ୍ୟା ଦୂର କରନ୍ତୁ - ନରସିଂହ  

ବଲାଙ୍ଗୀର,(ନିରୋଜ ମିଶ୍ର) - ବର୍ତ୍ତମାନ ଦେଶ ଏକ ଘଡିସନ୍ଧି ମୁହୁର୍ତ୍ତରେ ·ଲିଛି । କରୋନା ଭୁତାଣୁ ଭୟାବହତା ସାରା ବିଶ୍ୱକୁ ଗ୍ରାସି ସାରିଛି । କରୋନା ବିରୁଦ୍ଧରେ ଲଢିବା ପାଇଁ ରାଜ୍ୟ ସରକାର ବହୁତ ଗୁଡାଏ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ବିଭାଗ ଗୁଡିକ କିପରି କାମ କରିବେ, ତିନି ସପ୍ତାହ ଧରି ଲକ୍ ଡାଉନ ପିରିଆଡ୍ ରେ ଗରିବ ଯେପରି ଭୋକରେ ନ ମରିବ, ଲୋକଙ୍କୁ ଅତ୍ୟାବଶ୍ୟକ ଜିନିଷ ଠିକ୍ ହିସାବରେ ପହଂଚି ପାରିବ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବ ଲୋକେ ଜରୁରିକାଳିନ ସେବା ନିର୍ବିଘ୍ନରେ ପାଇ ପାରିିବେ ସେ ଉପରେ ସରକାର ପ୍ରାଥମିକତା ଭିତ୍ତିରେ କାମ କରିବା ଦରକାର ।  ସରକାରଙ୍କ ଅନେକ ଗୁଡିଏ ନିଷ୍ପତ୍ତି କରୋନା ଲଢେଇକୁ ନେଇ ତିଆରି ହୋଇଥିବା ପ୍ରାୟ ଗାଇଡ ଲାଇନ ଏବଂ ଗ୍ରାଉଣ୍ଡ ଜିରୋର ହୋଇଥିବା କାମ ପ୍ରତ୍ୟେକ ପ୍ରତ୍ୟେକର ବିରୁଦ୍ଧାଚରଣ କରୁଛି କିନ୍ତୁ ଆଜି ସାରା ରାଜ୍ୟର ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି ଯେ କରୋନା ମୁକାବିଲାକୁ ନେଇ ସରକାର କହୁଥିବା କଥା ଓ କାମରେ ତିଳେମାତ୍ର ମେଳ ରହୁନାହିଁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଧାନସଭାରେ ଆଲୋଚନା ବେଳେ ସରକାରଙ୍କ ଉପରେ ବର୍ଷିଛନ୍ତି । ବ୍ୟୟ ମଞ୍ଜୁରି ବିଲ୍ ପାଇଁ ବସିଥିବା ସ୍ୱଳ୍ପକାଳିନ ବିଧାନସଭାରେ ଶ୍ରୀ ମିଶ୍ର ଆଲୋଚନା ବେଳେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନର ପରିସ୍ଥିତିର ମୁକାବିଳା ପାଇଁ ନିୟୋଜିତ ପୋଲିସ, ଡାକ୍ତର ଏବଂ ନସିଂ ଷ୍ଟାଫ୍ ଙ୍କୁ ଆମେ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ, ସେମାନଙ୍କୁ ସାରା ରାଜ୍ୟର ଲୋକେ ତଥା ପବିତ୍ର ବିଧାନସଭା ଗୃହ ମଧ୍ୟ ପ୍ରଶଂସା କରିବା ଉଚିତ । ସେମାନେ ନିଜ ଜିବନକୁ ବାଜିରେ ଲଗାଇ ଆମେମାନେ କେମିତି କରୋନା ଦ୍ୱାରା କବଳିତ ନ ହେବା ସେ ଦିଗରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସରକାରର ସବୁ ବିଭାଗ ଏଭଳି କାମ କରିବା ଦରକାର । ଦେଖାଯାଉଛି ସରକାର ନେଉଥିବା ନିଷ୍ପତ୍ତି ଗୁଡାକ ପରସ୍ପର ବିରୋଧି ହେଉଛି, ଯେପରିକି କରୋନା କଟକଣାରୁ କୃଷିକୁ ବାଦ ଦିଆଯାଇଛି କିନ୍ତୁ କୃଷକ କୃଷିକାମ କରିବା ପାଇଁ ଟ୍ରାକ୍ଟର ଦରକାର, କୃଷି ଜମିରେ କାମ କଲାବେଳକ ୭ରୁ ଅଧିôକ ଲୋକ ·ଷ ଜମିରେ ନିଶ୍ଚୟ ରହିବେ, କିନ୍ତୁ ବର୍ତ୍ତମାନ ସରକାର ନିଦେ୍ର୍ଧଶାବଳି ଏହାର ବିରୁଦ୍ଧାଚରଣ କରୁଛି । ଠିକ୍ ସେହିପରି ଅତ୍ୟବଶ୍ୟକ ସାମଗ୍ରିର ଆବଶ୍ୟକ ପରିମାଣରେ ମହଜୁଦ କରିବା ପାଇଁ ବିଭିନ୍ନ ପ୍ରକାର ଗାଡି, ଲୋଡିଂ, ଅନଲୋଡିଂ ପାଇଁ ଅନେକ ଶ୍ରମିକ ଦରକାର ହୋଇଥାଏ । କିନ୍ତୁ ଏ ସବୁ କାର୍ଯ୍ୟରେ ନିୟୋଜିତ ଗାଡି ଡ୍ରାଇଭର, ମାଲିକ ଓ ଶ୍ରମିକମାନଙ୍କ ସହିତ ପ୍ରଶାସନ କୌଣସି  ପ୍ରକାର ଆଲୋଚନା କରୁନାହାନ୍ତି ଫଳରେ ବେଳେ ବେଳେ ଦେଖାଯାଉଛି ସେମାନଙ୍କ ନାଁ ରେ ଲକ୍ ଡାଉନ ଭାଙ୍ଗିିବା ଅଭିଯୋଗ ହେଉଛି । ସ୍ପଷ୍ଟ ଭାବେ କହିବାକୁ ହେଲେ ସରକାର କହୁଥିବା କଥା ସାରା ରାଜ୍ୟକୁ ବିଭ୍ରାନ୍ତି କରି ରଖିଛି । ଲୋକେ କଣ କରିବେ ନ କରିବେ ସରକାର କିଛି ସ୍ପଷ୍ଟ କରୁନାହିଁ ବୋଲି ଶ୍ରୀ ମିଶ୍ର  ବିଧାନସଭାରେ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତା ସହିତ ସରକାରଙ୍କ ଆଗରେ ପ୍ରସ୍ଥାବ ମଧ୍ୟ ରଖିଛନ୍ତି ସମସ୍ତ ଜନପ୍ରତିନିଧିମାନଙ୍କୁ ବିଶ୍ୱାସକୁ ନିଅନ୍ତୁ , ସାଧାରଣ ଜନତାଙ୍କ ପାଇଁ କରୋନା ବିରୁଦ୍ଧରେ ତିଆରି ହୋଇଥିବା ନିଦେ୍ର୍ଧଶାବଳିକୁ ପ୍ରଚାରପତ୍ର ମାଧ୍ୟମରେ ବାଣ୍ଟନ୍ତୁ । ସରକାର ନିଜ ମାଧ୍ୟମରେ ଗରିବ ଲୋକଙ୍କୁ ଖାଇବା ପହଞ୍ଚାନ୍ତୁ । ଅଯଥାରେ ସେବା କରିବା ନାଁରେ ଜନଗହଳି କରୁଥିବା ଲୋକଙ୍କୁ ବାରଣ କରନ୍ତୁ । ବଲାଙ୍ଗିର ପରିପ୍ରେକ୍ଷିରେ ଶ୍ରୀ ମିଶ୍ର ଜିଲ୍ଲା ପ୍ରଶାସନକୁ ପିଇବା ପାଣି ସୁଷମ ବଣ୍ଟନ କରିବା ପାଇଁ ଅନୁରୋଧ କରିବା ସହ ତାଗିଦ ମଧ୍ୟ କରିଛନ୍ତି ଯେ କରୋନା ଭୟାବହତା ସମୟରେ ବଲାଙ୍ଗିର ସହରରେ ପିଇବା ପାଣି ଅସୁବିଧା ହେବା କଥା ନୁହେଁ । ବିଭାଗୀୟ ଯନ୍ତ୍ରୀଙ୍କୁ ପିଇବା ପାଣି ସମସ୍ୟାକୁ ନେଇ ଫୋନ ମାଧ୍ୟମରେ ଅଭିଯୋଗ କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଫୋନ ଉଠାଉ ନାହାନ୍ତି ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ ସହରର ସମସ୍ତ ଅଂଚଳରେ ପିଇବା ପାଣି ବଣ୍ଟନର ବ୍ୟବସ୍ଥା କରନ୍ତୁ ଏବଂ କାର୍ଯ୍ୟରେ ଅବହେଳା କରୁଥିବା ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

 

0
0
0
s2sdefault