ହେଡଲାଇନସ୍:

କରୋନା ଲଢେଇ ପାଇଁ ଲକ୍ଷେ ଟଙ୍କା ପ୍ରଦାନ କଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମାଜସେବୀ ଯୋଗାଉଛନ୍ତି ଅସହାୟଙ୍କୁ ମାଗଣା ଭୋଜନ 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତ ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ ରହିଛି । ତେବେ ସମସ୍ତ ସହଯୋଗରେ ମହାମାରୀ କରୋନାକୁ ପରାଜିତ କରିବାକୁ ରାଜ୍ୟ ସରକାର ନିବେଦନ କରିଛନ୍ତି ।ସେହି କ୍ରମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ "କୋଭିଡ୍-୧୯" କୁ ଶ୍ରୀ ଭୋଇ ଏକ ଲକ୍ଷ ଟଙ୍କା  ସୁବର୍ଣ୍ଣପୁର ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ନିବାସୀ  ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ ତାଙ୍କର ଉଦ୍ୟମରେ "ଅନ୍ନପୂର୍ଣ୍ଣା " ଅଧିନରେ ପ୍ରତେକ ଦିନ ସମସ୍ତ ଜନସାଧାରଣ ଙ୍କ ପାଇଁ ମାଗଣାରେ ମଧ୍ଯାନ୍ନ ଭୋଜନ ଯୋଗାଇ ଦେଉଛନ୍ତି ।ଏହି ମହନୀୟ କାର୍ଯ୍ୟ ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

0
0
0
s2sdefault