ହେଡଲାଇନସ୍:

ଅଖାବସ୍ତା ଭିତରେ ବୃଦ୍ଧାଙ୍କୁ ମହାନଦୀ ପଠାରୁ ଉଦ୍ଧାର : ପୋଲିସ ପାଉନି ଖବର, ସେପଟେ ଝିଅ ଯୋଇଁ ଫେରାର୍ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଦେଉଲୀ ନିକଟସ୍ଥ ମହାନଦୀ କୂଳରୁ ଜଣେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଦେଉଳି ଗ୍ରାମର କିଛି ଯୁବକ ମହାନଦୀକୁ ଗାଧୋଇ ଯାଇଥିବାବେଳେ, ସେଠାରେ ଏକ ଅଖାବସ୍ତା ଭିତରେ ଭର୍ତ୍ତି ହୋଇଥିବା ଜଣେ ବୃଦ୍ଧା ଦେଖିଥିଲେ । ସଙ୍ଗେସଙ୍ଗେ ବୀରମହାରାଜପୁର ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୃଦ୍ଧଙ୍କ ଅବସ୍ଥା ଗୁରୁତର  ଥିବାରୁ ତାଙ୍କୁ  ବୁର୍ଲା ବଡମେଡିକାଲରେ ସ୍ଥାନାନ୍ତର କରାଯାଇଥିଲା । ବୃଦ୍ଧା ଜଣକ ହେଉଛନ୍ତି ମୃଷୂଣ୍ଡୀ ପଞ୍ଚାୟତ ର    ବଦଳା ଗ୍ରାମର ଚନ୍ଦ୍ରମଣି ପୋଢ( ୬୫) ବୋଲି ଜଣାପଡି ଥିବା ବେଳେ ତାଙ୍କର ଗୋଡ ଭାଙ୍ଗିଯାଇଥିବା ବୀରମହାରାଜପୁର ଏସ ଡି ଏମ ଓ ଡା ସଞ୍ଜୟ ମହାପାତ୍ର  ସୂଚନା ଦେଇଛନ୍ତି । କିଛି ଦିନ ହେବ ମହାନଦୀ କୂଳ ନିକଟରେ ଥିବା ବରଗଛ ମୂଳରେ ଯାଯାବର ଭାବରେ ବାସ କରୁଥିଲେ ।  ଚନ୍ଦ୍ରମଣି ତାଙ୍କର ଝିଅ ଓ ଯୋଇଁ ଶ୍ରୀକର( ୨୮) ବିଭିନ୍ନ ଗ୍ରାମକୁ ସର୍ବମଙ୍ଗଳା ବୁଲାଇବା ଯାଇଥାନ୍ତି । ଗୁରୁତର ଚନ୍ଦ୍ରମଣିଙ୍କ କହିବା ଅନୁସାରେ ରାତିରେ କୌଣସି କାରଣରୁ ଶ୍ରୀକର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହାକୁ ବାରଣ କରିବାରୁ ଯୋଇଁ ଶ୍ରୀକର  ଚନ୍ଦ୍ରମଣିଙ୍କୁ ପ୍ରବଲ ମାଡ ମାରିଥିଲେ  ଯାହାଫଳରେ ସେ ଅଚେତ ଅବସ୍ଥାରେ ପଡିଥିଲେ । ଚନ୍ଦ୍ର ମଣିଙ୍କୁ ମୃତ ଭାବି ଅଖାବସ୍ତା ଭିତରେ  ଭର୍ତ୍ତି କରି ମହାନଦୀ କୂଳକୁ ଫିଙ୍ଗି ଦେଇ ଝିଅ ଓ ଯୋଇଁ ଫେରାର ହୋଇଥିବା ଅନୁମାନ କରାଯାଉଛି । ଏ ନେଇ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧନ ଯୋଗ ଯୋଗ କରିବାରୁ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି ।

0
0
0
s2sdefault