ହେଡଲାଇନସ୍:

ପୋଲିସ୍‌, ସିଆରପିଏଫ୍‌ ଓ ଡାକ୍ତରଖାନାକୁ ମାଗଣାରେ ବଣ୍ଟାଗଲା ପନିପରିବା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ନିରୋଜ ମିଶ୍ର) ବିଶ୍ୱବ୍ୟାପୀ କରୋନା ଭାଇରସ ମହାମାରୀ ସଂଖ୍ୟାଧିକ ଜୀବନକୁ ପ୍ରଭାବିତ କରିଛି ଏବଂ ଧୀରେ ଧୀରେ ଏହା ଅଧିକ ପ୍ରସାରିତ ହେଉଛି । ଦେଶବ୍ୟାପୀ ଲକଡାଉନ୍ ସମେତ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଭାରତ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆମେ ସମସ୍ତେ ଏହି ରୋଗର ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ଲାଗି ଧାର୍ଯ୍ୟ ନିୟମକୁ ପାଳନ କରିବା ଏବଂ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ଏହି ଅବସରରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗାଁର ଚାଷୀ ଲକ୍‌ଡାଉନ ସ୍ଥିତିରେ ୨୪ଘଣ୍ଟା ସେବା ଯୋଗାଉଥିବା ପୋଲିସ୍‌, ସିଆରପିଏଫ୍‌ ଓ ଡାକ୍ତରଖାନାକୁ ମାଗଣାରେ ଉତ୍ପାଦିତ ପନିପରିବା ସୋମବାର ବାଣ୍ଟି ଦେଇଥିଲେ। ଗାଁର କୁନୁ ପ୍ରଧାନ, ଲୁଇସ୍‌ ବିଶ୍ୱାଳ, ସର୍ଜନ ସାହୁଙ୍କ ନେତୃତ୍ୱରେ ଚାଷୀଙ୍କଠାରୁ ସଂଗୃହୀତ ପରିବା ଉପରୋକ୍ତ ବିଭାଗ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଲକ୍‌ଡାଉନ ଥିବା ଯାଏଁ ଗରିବ ଲୋକଙ୍କୁ ବି ମାଗଣାରେ ପନିପରିବା ବାଣ୍ଟିବେ ବୋଲି ଚାଷୀ ଲୁଇସ୍‌ ବିଶ୍ୱାଳ କହିଛନ୍ତି।

0
0
0
s2sdefault