ହେଡଲାଇନସ୍:

ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମା ଗୁଡିକୁ ସିଲ କଲା ପ୍ରଶାସନ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ସରକାର ଙ୍କର ନିର୍ଦେଶ ମୁତାବକ ଇତି ମଧ୍ୟରେ ପଦ୍ମପୁର ଉପଖଣ୍ଡର ଗ୍ରାମ ସହିତ  ଲାଗିଥିବା ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସୀମା ଗୁଡିକୁ ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ଭାବରେ ସିଲ କରିଦିଆ ଯାଇଛି । ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଓ ଏସଡ଼ିପିଓ ଶ୍ରୀ ପ୍ରଦୀପ କୁମାର ସାହୁ, ଝାରବନ୍ଧ ବିଡ଼ିଓ  ରୁନୁ ଲାକ୍ରା , ଅତିରିକ୍ତ ତହସିଲଦାର ପର୍ଶୁରାମ ଆର୍ଯ୍ୟନ ପଣ୍ଡା ଓ ଜଗଦଳପୁର ଥାନା ଅଧିକାରୀ ଏଲ ଏଲ  ବାରଲା  ପ୍ରଥମେ ଜଗଦଳପୁର ଥାନା ଅନ୍ତର୍ଗତ ପୁଟକା ଗ୍ରାମର ସୀମାକୁ ତଦାରଖ କରିବା ପାଇଁ ପହଂଚିଥିଲେ । ତାପରେ ଧଉରାଭଟା , ଜଗଡଲପୁର , ଲଉଡିଦରହା ଆଦି ସୀମାନ୍ତ ଅଞ୍ଚଳକୁ ପହଂଚି ସେଠାରେ ସ୍ଥିତ ର ସମୀକ୍ଷା କରିଥିଲେ ଏହାପରେ ଅଧିକାରୀ ମାନେ ଜଗଡଲପୁର ଓ ଡୁଙ୍ଗୁରିପାଲି ରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାକାର ବ୍ୟବସ୍ଥା ଦେଖିଥିଲେ । ଏହାପରେ ଉପଜିଲ୍ଲାପାଳ ଶ୍ରୀ ଦରୁଆନ, ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ସହିତ କାଂଶଡା , ମାଣ୍ଡୋସିଲ ,ଛୀଂଦେଇକେଲା ଗ୍ରାମ ପଞ୍ଚାୟତର ସୀମାବର୍ତୀ   ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିବା ସହିତ ପଂଚାୟତ ସ୍ତରୀୟ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କର ସହିତ ଆଲୋଚନା କରିଥିଲେ ।

 

0
0
0
s2sdefault