ହେଡଲାଇନସ୍:

 ମନଛୁଆଁ କଥା : କୁନି ହୃଦୟ ବି ଅନୁଭବ କରୁଛି ଭୋକିଲା ଲୋକଙ୍କ ବ୍ୟଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସାତ ବର୍ଷୀୟ ତେଜସ : କୁଣ୍ଡିରେ ରଖିଥିବା ଟଙ୍କାରେ ଗରିବମାନଙ୍କୁ ବାଣ୍ଟିଲା  ଖାଦ୍ୟ 

ବରଗଡ :- କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ । ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି ଲକଡାଉନ ସମୟରେ ମୁଖ୍ୟତଃ ଗରିବ ଶ୍ରେଣୀର ଲୋକ ଓ ନିଶହାୟ ଲୋକଙ୍କ ପାଇଁ ସୃଷ୍ଟି ହେଇଛି ଖାଦ୍ୟର ସମସ୍ୟା । ସରକାର ପୁରା ଦମରେ ଲାଗିଛନ୍ତି ଏହି ବ୍ୟକ୍ତି ମାନଙ୍କ ଖାଦ୍ୟର ସମସ୍ୟା ଦୂର କରିବା ପାଇଁ ଏଥି ସହିତ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ,କାର୍ଯରତ ପୋଲିସ ବନ୍ଧୁ, ବଦାନ୍ୟ ବ୍ୟକ୍ତି ମାନେ ମଧ୍ୟ ନିଜ ତରଫରୁ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗ ଗରିବ ମାନଙ୍କୁ କରୁଥିବାର ଦେଖା ଯାଉଛି । 

      ଆଜି ପାଇକମାଲର ଯୁବ ବ୍ୟବସାୟୀ ଶ୍ରୀ ସୁମିତ ଅଗ୍ରୱାଲଙ୍କ ସାତ ବର୍ଷୀୟ ପୁତ୍ର ତେଜସ ମଙ୍ଗଳ ଅଗ୍ରୱାଲ ନିଜର ସଞ୍ଚିତ (ଏକ କୁଣ୍ଡିରେ ରଖିଥିବା)ଟଙ୍କା ଆଣି ସୁମିତକୁ ଦେଇ ଏହି ଟଙ୍କାରେ ଗରିବମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ କହିଥିଲା । କୁନି ପୁଅର ଏହି କଥା ଶୁଣି ସୁମିତ ଅନେକ ଆନନ୍ଦିତ ହେବା ସହିତ ତୁରନ୍ତ ବଜାରକୁ ଯାଇ ଶୁଖିଲା ଖାଦ୍ୟ ସାମଗ୍ରୀ ଆଣି ଶ୍ରୀ ଶ୍ରୀ ନୃସିଂହନାଥ ବୃଦ୍ଧାଶ୍ରମରେ ଦେବାର ଯୋଜନା କରିଥିଲେ । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କୁ ଏକଥା ଜଣା ପଡିବା ପରେ ସେ ମଧ୍ୟ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ,BDO ଶ୍ରୀ ସୁରେନ୍ଦ୍ର ମେହେର ଙ୍କର ସହିତ ବୃଦ୍ଧାଶ୍ରମରେ  ପହଂଚିଥିଲେ । ଅଧିକାରୀ ମାନଙ୍କ ଉପସ୍ଥିତରେ ତେଜସ ଆଶ୍ରମର ଅନ୍ତେବାସୀମାନଙ୍କୁ ମାକ୍ସ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ଏକ ହଜାର ଟଙ୍କା ପ୍ରଦାନ କରିଥିଲା । କୁନି ତେଜସର ଏହି ମହତ କାର୍ଯ୍ୟକୁ ଉପସ୍ଥିତ ଅଧିକାରୀ ମାନେ ପ୍ରସଂଶା କରିବା ସହିତ ଅନେକ ଆଶୀର୍ବାଦ ଦେଇଥିଲେ । ତେଜସର ଏହି ମହତ କାମ ଅନ୍ୟ ସମସ୍ତ ଙ୍କର ପାଇଁ ପ୍ରେରଣା ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୁଆନ କହିଛନ୍ତି ।

0
0
0
s2sdefault