ହେଡଲାଇନସ୍:

କରୋନା ଅପଡେଟ : ୬୦ ପ୍ରତିଶତ ହିତାଧିକାରୀ ପାଇସାରିଲେଣି ପେନ୍ସନ୍ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ପଂଜିକୃତ  ୧୦୨୧୭ଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ 

  •  ରାଜ୍ୟ ବାହାରେ ୨୫୨ଟି ଅସ୍ଥାୟୀ ଶିବିରରେ ଅଛନ୍ତି ପ୍ରାୟ ୧୮,୦୦୦ ଓଡ଼ିଆ ଶ୍ରମଜୀବୀ

  •  ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣଙ୍କୁ ଦିଆଯାଇଛି ରନ୍ଧାଖାଦ୍ୟ 

  • ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ସିଏମ ରିଲିଫ୍ ପାଣ୍ଠିରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର(ଶାସକ ପ୍ରଶାସକ )ସୋମବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୩୭୦ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍ ଚିହ୍ନଟ ହୋଇଛନ୍ତିା  ପ୍ରଥମ ୨ଟି ପଜିଟିଭଙ୍କ  ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତିା ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛିା

ଆଜି ୭୬ ଜଣ କରୋନା ସନ୍ଦିଗ୍ଧ  ବିଭିନ୍ନ ଚିକିତ୍ସାଳୟରେ ପୃଥକ ବାସରେ  ଅଛନ୍ତିା ଆଜି ପର୍ଯ୍ୟନ୍ତ ମୋଟ ୧୦୨୧୭ ଜଣ ଅନ୍ଲାଇନ୍ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତିା ସେମାନଙ୍କ ମଧ୍ୟରୁ ୪୨୯୧ ଜଣ ବିଦେଶରୁ ଓ ୫୯୨୬ ଜଣ ଅନ୍ୟ ରାଜ୍ୟରୁ ଫେରିଛନ୍ତିା ବୋଲି କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ଵାଗଚୀ ଷୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା 

ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଭାରତ ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତିା ଏହି ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସକମାନଙ୍କୁ ""ନୋଡାଲ୍ ଅଧିକାରୀ'' ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛିା ବିଭିନ୍ନ ରାଜ୍ୟର ଦାୟିତ୍ୱରେ ରହିଥିବା ଏହି ଅଧିକାରୀମାନଙ୍କର ଟେଲିଫୋନ୍ ନମ୍ବର ଏବଂ ଇ-ମେଲ୍ ଆଇଡି ମଧ୍ୟ ଦିଆଯାଇଛିା ଏଥି ସହିତ କଣ୍ଟ୍ରୋଲ୍ ରୁମ୍ ନଂ. ୦୬୭୪-୨୩୯୨୧୧୫ରେ ମଧ୍ୟ ସଂପର୍କ ରଖିହେବା ଏହି ନୋଡାଲ୍ ଅଧିକାରୀମାନେ ନିୟମିତ ଭାବରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତିା ସେମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବା ପାଇଁ ସରକାର ଯତ୍ନଶୀଳ ରହିଛନ୍ତିା 

ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତିା ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛିା ବର୍ତ୍ତମାନ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮,୦୦୦ ଶ୍ରମଜୀବୀଙ୍କୁ ରଖାଯାଇଛିା ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍ଲାଇନ୍ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛିା 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତ୍ତର ରହିବା ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଛି, ଯେଉଁଠାରେ ସେମାନେ ସଙ୍ଗରୋଧରେ ରହିପାରିବୋ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ୪ ମାସର ଅଗ୍ରୀମ ପେନ୍ସନ୍ ଦିଆଯାଉଛିା ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ହିତାଧିକାରୀଙ୍କୁ ପେନ୍ସନ୍ ବଣ୍ଟା ସରିଥିବାବେଳେ ଅବଶିଷ୍ଟ ହିତାଧିକାରୀଙ୍କୁ ପେନ୍ସନ୍ ଦିଆଯିବାର ପ୍ରକ୍ରିୟା ଜାରି ରହିଛିା 

ରାଜ୍ୟରେ କ୍ଷୀର ଓ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ୍ ଅଛିା ଏଥିପାଇଁ ବିଚଳିତ ନହୋଇ ପ୍ରତି ସପ୍ତାହରେ ଥରେ ମାତ୍ର ଏହି ସାମଗ୍ରୀସବୁ ସଂଗ୍ରହ କରିବା ପାଇଁ ବାହାରକୁ ଆସିବା ନିମନ୍ତେ ଜନସାଧାରଣଙ୍କୁ  ପରାମର୍ଶ ଦିଆଯାଇଛିା ଏହା ଫଳରେ ସାମାଜିକ ଦୂରତା ବଜାୟ ରହିବ ଏବଂ କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ ଡାଉନ୍ ସମୟରେ ରାଜ୍ୟର ୫ଟି ମହାନଗର ନିଗମ ଓ ୪୮ଟି ପୌରସଂସ୍ଥା ଅଞ୍ଚଳରେ ବୁଲା ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତିା ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୯ ମାର୍ଚ୍ଚରୁ ୩୦ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୨୪ଟି ମାମଲା ଦାୟର କରାଯାଇଛିା ଏଥି ମଧ୍ୟରେ ୩ଟି ମାମଲା ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଂଘନ ଅଭିଯୋଗରେ ଦାୟର ହୋଇଛିା 

0
0
0
s2sdefault