ହେଡଲାଇନସ୍:

ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଯୁବ ଜନତା ଦଳ ତଥା ବିଜୁ ଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ନିଜ ଶୋକବାର୍ତ୍ତାରେ ଜଣାଇଛନ୍ତି ଯୁବ ବିଜେଡି ରାଜ୍ୟ ସଭାପତି ତଥା ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ | ଶ୍ରୀ ପତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ମହାପାତ୍ର  ଜଣେ ଦୃଢ ସଂଗଠକ ତଥା ଯୁବ ସମାଜସେବୀ ଥିଲେ । ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଯୁବ ପିଢିଙ୍କୁ ସେଥିରେ ସାମିଲ କରାଉଥିଲେ । ତାଙ୍କର ଏହି ଅକାଳ ବିୟୋଗ ଖବର ପାଇବା ମାତ୍ରେ  ବିଜୁ ଯୁବ ଜନତା ଦଳ ତଥା ବିଜୁ ପରିବାରର ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି  ଶ୍ରୀ  ଅମରେଶ ପତ୍ରୀ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।  

0
0
0
s2sdefault