ହେଡଲାଇନସ୍:

ଅସହାୟ ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବିଧାୟିକା ଲତିକା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କବିସୂର୍ଯ୍ୟନଗର(ଶାସକ ପ୍ରଶାସକ) : କରୋନା ଭାଇରସ ପାଇଁ ସାରା ଦେଶରେ ଲକ ଡାଉନ ଘୋଷଣା ପରେ ବିଭିନ୍ନ ରାଜ୍ୟରେ ଓଡ଼ିଆ ମାନେ ରହିଛନ୍ତି | ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉଦ୍ୟମ ଜାରି ରହିଥିବା ବେଳେ ଓଡିଶା ମୋ ପରିବାର ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଓଡ଼ିଆଙ୍କୁ ଅଣାଯିବା ପ୍ରକ୍ରିୟା ଜାରି ରହିଛି | ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଓଡିଆମାନେ ବାହାରକୁ କାମ ବିଭିନ୍ନ କାମରେ ଯାଇ ଫସିଥିବା ଖବର ପାଇବା ପରେ ସେମାନଙ୍କ କେତେକଙ୍କୁ ସାହାଯ୍ୟ କରିବା ପାଇଁ ଅଂଟା ଭିଡ଼ିଥିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ | ମୁମ୍ବାଇରେ ଫସିଥିବା କିଛି ଓଡ଼ିଆଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବସବାସ କରୁଥିବା କିଛି ଓଡ଼ିଆଙ୍କୁ ଯୋଗାଯୋଗ କରିଥିଲେ ଲତିକା | ଇତ୍ୟବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ଓ ତଥା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ହସ୍ତକ୍ଷେପ ପରେ ଆଗକୁ ଆସି ସହାୟତାର ହାତ ବଢ଼ାଇଲା ମୁମ୍ବାଇରେ ଥିବା ଓଡ଼ିଆ ଆସୋସିଏସନ |  ସେଠାରେ ଥିବା ଓଡ଼ିଆମାନଙ୍କୁ ମାସ୍କ ବଣ୍ଟନ କରିବା ସହ ସେମାନଙ୍କ ରହିବା ଓ ଖାଦ୍ୟର ବ୍ୟବସ୍ଥା କରାଇବାରେ ସକ୍ଷମ ହୋଇଥିଲେ  ଲତିକା | 

 

0
0
0
s2sdefault