ଧର୍ମଗଡ଼ /ଶୁସାନ୍ତ ରାଉତ : ସାରା ଭାରତରେ କରୋନା ରୋଗ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ 21ଦିନିଆ ଲକ୍ ଡାଉନ୍ ଘୋଷଣାକୁ କଳାହାଣ୍ଡିର ବ୍ୟବସାୟୀ ବିଭିନ୍ନ ସଂଘଟନ ପକ୍ଷରୁ ସ୍ଵାଗତ କରିଥିବା ବେଳେ ଓଡ଼ିଶା ଛତିଶଗଡ଼ ସୀମାରେ ପୋଲିସ ପକ୍ଷରୁ ଚେକିଂକୁ କଡାକଡି କରାଯାଇଛି।
ପୋଲିସ ଓ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସହାୟତାରେ ଘରୁ ନ ବାହାରିବା ପାଇଁ କଡ଼ା କଡ଼ି କରାଯାଇଛି ସହର ଠୁ ଗାଁ ଖାଁ ଖାଁ ଲାଗୁଛି। ତେଜରାତି ଦୋକାନ ସକାଳ 6ରୁ 11 ଟା ପର୍ଯ୍ୟନ୍ତ ବିକ୍ରି ପାଇଁ ଅନୁମତି ଦେଇଛି ପ୍ରଶାସନ। ସେହିପରି ପନିପରିବା ଦୋକାନ ନିର୍ଦ୍ଧାରିତ ସ୍ଥାନରୁ ଧର୍ମଗଡ ଖେଳ ପଡିଆରେ ଅବସ୍ଥାପିତ କରାଯାଇଛି ଓ ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ୱ ଦିଆଯାଇଛି।ପନିପରିବା ଅଣ୍ଡା ବଜାରରେ ମହଜୁଦ ଥିବାରୁ କେବଳ ଖାଉଟି କିଣିବାକୁ ବାଧ୍ୟ ହୋଇ ପ୍ରଧାନ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କୁ ପାଳନ କରୁଛନ୍ତି।ସେଥିପାଇଁ ପନିପରିବା ଦର ବୃଦ୍ଧି ଯୋଗୁଁ ମାନ୍ଦା ଅବସ୍ଥା ଦେଖା ଯାଉଥିବା ବ୍ୟବସାୟୀ କହନ୍ତି।ଏହି ଦେଶର ବିପତ୍ତି କୁ ସମସ୍ତେ ମୋଦୀଙ୍କ ନିର୍ଦ୍ଦେଶ କୁ ଯଦି ପାଳନ କରିବେ ନିଶ୍ଚୟ କରୋନା ରୋଗକୁ ଦୁରେଇଦେବା କୁ ସଚେତନତା କରୁଛନ୍ତି ବିଭିନ୍ନ ସଂଗଠନ |
ଛତିଶଗଡ଼ ଓଡ଼ିଶା ସୀମା ରେ ଛତିଶଗଡ଼ ପୋଲିସ ପହଁରା ଦେଇ ଜରୁରୀ ମାଲଗାଡ଼ି ମେଡିକାଲ ରେଫର ଗାଡ଼ି ବ୍ୟତୀତ ଅନ୍ୟ ଗାଡ଼ି ବାଇକ୍ ମୋଟର କୁ ଛାଡୁନ ଥିବା ବେଳେ ପେଟ୍ରୋଲିଂ କୁ ଜୋରଦାର କରାଯାଇଥିବାଛତିଶଗଡ଼ର ଜନୈକ ପୋଲିସ ପ୍ରକାଶ କରିଛନ୍ତି।ଆଉ କଳାହାଣ୍ଡି ପୋଲିସ ଚେିକିଂ ରେ ସାମାନ୍ୟ୍ କୋହଳ କରୁଥିବା ଅନୁମାନ କରାଯାଇଛି । ବିନା କାରଣରେ କୌଣସି ଲୋକ ବାଇକ୍ ରେ କିମ୍ବା ଅଧିକ ବସିଥିବା ଦେଖିବାକୁ ମିଳିଲେ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟୁଛି ଓ ଖିଲାପକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କିନ୍ତୁ ଗ୍ରାମାଞ୍ଚଳରେ ପୋଲିସ ର ପହଁରା ସାମାନ୍ୟ୍ ଢିଲା ଯୋଗୁଁ କରୋନା ମହାମାରୀ ହଟିବା ସନ୍ଦେହ କରାଯାଉଛି |