ହେଡଲାଇନସ୍:

ମଣିଷପଣିଆର ହାତ ବଢ଼ାଇଲେ ଅରୁନ୍ଧତୀ ଜୁଏଲର୍ସ ସ୍ୱତ୍ତ୍ୱାଧିକାରୀ ବ୍ରହ୍ମାନନ୍ଦ ଓ ଅଚ୍ୟୁତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଲେ ୫ଲକ୍ଷ , ନିଜ ୬୦୦ କର୍ମଚାରୀଙ୍କୁ ବେତନ ଦେବାସହ ଘରକୁ ଯିବାର କରାଇଲେ ବ୍ୟବସ୍ଥା  

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଭାଇ ବ୍ରହ୍ମାନନ୍ଦ ଓ ଅଚ୍ୟୁତ  | ନିଜ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର କର୍ମଚାରୀଙ୍କ ପ୍ରତି ନିଜ ସାମାଜିକ ଦାୟିତ୍ୱବୋଧ ପ୍ରଦର୍ଶିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି ୫ଲକ୍ଷ ତାଙ୍କର ସହାୟତା | 

   ବଲାଙ୍ଗୀରର ଦୁଇ  ଉଦ୍ୟମୀ ଭାଇ ଇଞ୍ଜିନିୟର ବ୍ରହ୍ମାନନ୍ଦ ମେହେର ଓ ଅଚ୍ୟୁତ ମେହେରଙ୍କ ପ୍ରଚେଷ୍ଠାରେ ୧୫ ବର୍ଷ ପୂର୍ଵେ ଆରମ୍ଭ ହୋଇଥିବା ଅରୁନ୍ଧତୀ ଜୁଏଲର୍ସ  ଆଜି ଲୋକପ୍ରିୟତାର  ଶୀର୍ଷରେ ପହଞ୍ଚିଛି । ଭୁବନେଶ୍ବର ସମେତ ରାଜ୍ୟର ୫ ଟି ସ୍ଥାନରେ ନିଜର ଶାଖା ଖୋଲି ଗ୍ରାହକଙ୍କୁ ଅତ୍ୟାଧୁନିକ ସେଵା ଯୋଗାଇ ପ୍ରାୟ ୬ଶହ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଭୟଙ୍କର କରୋନା ପ୍ରଭାବ ଯୋଗୁ ସରକାର ଲକ ଡାଉନ ଘୋଷଣା କରିଥିବା ଯୋଗୁ ଅରୁନ୍ଧତୀ ଜୁଏଲର୍ସ  ସମସ୍ତ ୬ ଶହ କର୍ମଚାରୀଙ୍କୁ ଵେତନ ସହ ଘରକୁ ଯିବାର ବ୍ୟବସ୍ଥା କରି ସାମାଜିକ ଦାୟୀତ୍ବଵୋଧ ନିଭାଇଛନ୍ତି । ଆଉ ପାଦେ ଆଗକୁ ଯାଇ ରବିବାର ଵଲାଙ୍ଗୀର ଜିଲାପାଳଙ୍କ ଜରିଆରେ CMRF କୁ ୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଗକୁ ନିଜ ଭିଟାମାଟି ପାଇ ଆବଶ୍ୟକ ପଡିଲେ ଅଧିକ କିଛି କରିବାର ପ୍ରତିଶ୍ରୁତି ଦେଇଛନ୍ତି ଉଭୟ ଭାଇ ବ୍ରହ୍ମାନନ୍ଦ ଓ ଅଚ୍ୟୁତ  । 

0
0
0
s2sdefault