ହେଡଲାଇନସ୍:

ମାତିଛନ୍ତି ଚୋର : ଏକ ରାତ୍ରିରେ ଦୁଇଟି ସ୍କୁଲରୁ ଚୋରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପ୍ରାଥମିକ ସ୍କୁଲରୁ ୨ଟି ଗ୍ୟାସ ସିଲିଣ୍ଡର ଓ ଚୁଲ୍ଲା ଚୋରି 

 ହାଇସ୍କୁଲରୁ ଚୋରେଇନେଲେ ଗ୍ୟାସ ସିଲିଣ୍ଡର, ୱାଟର କୁଲର ଓ ଆକ୍ବାଗାର୍ଡ ଚୋରି

ବୁଗୁଡା/ ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ବୁଗୁଡା ଥାନା ଅନ୍ତର୍ଗତ ଶଙ୍କୁରୁ ପଞ୍ଚାୟତର ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶନିବାର ରାତିରେ ଦୁଇଟି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ଡବଲ ଚୁଲ୍ଲା ଚୋରି ହୋଇଥିବା ବେଳେ ବିରଞ୍ଚିପୁର ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ମଧ୍ୟ ଶନିବାର ରାତିରେ ଏକ ଗ୍ୟାସ ସିଲିଣ୍ଡର, ଏକ ୱାଟର କୁଲର ଓ ଏକ ଆକ୍ବାଗାର୍ଡ ଚୋରି ହୋଇଥିବା  ନେଇ ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ ଦ୍ବୟ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ଶନିବାର ରାତ୍ରରେ ଚିଲିଖମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଭାଲୁଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ କୌଣସି ଦୁର୍ବୃତ୍ତ ଗୋଟିଏ ପୂର୍ଣ୍ଣ ଥିବା ଏକ ଗ୍ୟାସ ସିଲିଣ୍ଡର ଓ ଅନ୍ୟଏକ କିଛି ବ୍ୟବହୃତ ଗ୍ୟାସ ସିଲିଣ୍ଡର ଏପରି ଦୁଇଟି ଗ୍ୟାସ ସିଲିଣ୍ଡର ଓ ଡବଲ ଚୁଲ୍ଲା ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ଅନୁପ କୁମାର ଖଡଙ୍ଗା ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ସେହିପରି ସେହି ଶନିବାର ରାତ୍ରିରେ ବିରଞ୍ଚିପୁର ରାଧା କୃଷ୍ଣ ଉଚ୍ଚ ବିଦ୍ୟାଳୟରୁ ଏକ ଗ୍ୟାସ ସିଲିଣ୍ଡର, ଏକ ୱାଟର କୁଳର ଓ ଏକ ଆକ୍ବାଗାର୍ଡ ଚୋରି ହୋଇଥିବା ନେଇ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା ଲିଖିତ ଏହିଯୋଗ ବୁଗୁଡା ଥାନାରେ ଦେଇଥିବା ଜଣାପଡିଛି।

0
0
0
s2sdefault