ହେଡଲାଇନସ୍:

ନିଷ୍ପାପ ଜୀବଜନ୍ତୁଙ୍କ ପ୍ରତି ସଂବେଦନା ଦେଖାଇଲେ ଦରଦୀ ଅଚ୍ୟୁତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କିଟ୍‍ ଓ କିସ୍‍ ପକ୍ଷରୁ ବୁଲା ପଶୁ ଓ ବସ୍ତିରେ ଖାଦ୍ୟ ବଣ୍ଟନ

୨୦ ଦିନ ପର୍ଯ୍ୟନ୍ତ ସହରରେ ଜୀବଜନ୍ତଙ୍କ ପାଇଁ କରାଯିବ ଖାଦ୍ୟ ବଣ୍ଟନ ବ୍ୟବସ୍ଥା 

ଭୁବନେଶ୍ୱର( ଶାସକ ପ୍ରଶାସକ) : ଭୁବନେଶ୍ୱର( ଶାସକ ପ୍ରଶାସକ) : କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‍, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡ଼ିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡ଼ମାନେ ଖାଦ୍ୟ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ କିଟ୍‍ ଓ କିସ୍‍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ନିଷ୍ପାପ ଯିବା ଜନ୍ତୁଙ୍କ ପ୍ରତି ସମବେଦନା ପ୍ରଦର୍ଶନ କଲେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ | ସ୍ଥାନୀୟ  ଶିଖରଚଣ୍ଡୀ ପାହାଡ଼ରେ ଥିବା ମାଙ୍କଡ଼ମାନଙ୍କୁ ଖାଦ୍ୟ ବଣ୍ଟନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଶ୍ରୀ ସାମନ୍ତଙ୍କ ଉଦ୍ୟମରେ ଆଜିଠାରୁ ୨୦ ଦିନ ପର୍ଯ୍ୟନ୍ତ ଜୀବଜନ୍ତଙ୍କୁ ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରାଯାଇଛି । ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ଶିଖରଚଣ୍ଡୀ ଓ ନନ୍ଦନକାନନ ଅଞ୍ଚଳରେ ରହୁଥିବା ମାଙ୍କଡ଼ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପନିପରିବା ବଣ୍ଟନ କରାଯିବ । ପ୍ରତ୍ୟେକ ଦିନ କିଟ୍‍ର ଦୁଇଜଣ ଲେଖାଏଁ କର୍ମଚାରୀ ଏହି କାର୍ଯ୍ୟ କରିବେ । ସେହିପରି ବୁଲା କୁକୁର ଓ ଗୋରୁଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ନାଲ୍‍କୋ ଛକଠାରୁ ଆରମ୍ଭ କରି କିଟ୍‍ ଓ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଦାନ କରାଯିବ । ରନ୍ଧାଖାଦ୍ୟ ବ୍ୟତୀତ କୁକୁରଙ୍କ ପାଇଁ ବିସ୍କୁଟ୍‍ ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ । କିଟ୍‍ର ଦୁଇଜଣ କର୍ମଚାରୀ ଏହି କାର୍ଯ୍ୟ କରିବେ ।

ଏହା ବ୍ୟତୀତ ରବିବାରଠାରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଲୋକ, ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ୪୦ ହଜାର ପରିବାର ଓ ସେମାନଙ୍କ ପିଲାଙ୍କ ପାଇଁ ଚୁଡ଼ା, ଚିନି ଓ ଡ୍ରାଏ ଫ୍ରୁଟ୍‍ସ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଛି । ଡ୍ରାଏ ଫ୍ରୁଟ୍‍କୁ ଗରିବ ଲୋକଙ୍କ ପିଲାମାନଙ୍କୁ ପ୍ରଦାନ କରାଯିବ ଫଳରେ ସେମାନଙ୍କଠାରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହେବ । ସପ୍ତାହକୁ ୩ଥର ଏହି ଖାଦ୍ୟ ପ୍ରଦାନ କରାଯିବ । ପୋଲିସ୍‍ ସହାୟତାରେ ମାତ୍ର ଦୁଇଜଣ ଲେଖାଏଁ କର୍ମଚାରୀ ସାମାଜିକ ଦୂରତ୍ୱ ବଜାୟ ରଖି ଏହି କାର୍ଯ୍ୟ କରିବେ ବୋଲି ପ୍ରତିଷ୍ଠାତା ଡ଼ ସାମନ୍ତ ସୂଚନା ଦେଇଛନ୍ତି |

0
0
0
s2sdefault