ହେଡଲାଇନସ୍:

କୋଭିଦ-୧୯ ମୁକାବିଲା ପାଇଁ ଅଢେଇକୋଟି ଟଙ୍କା ପ୍ରଦାନ କଲେ କନ୍ଧମାଳ ସାଂସଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଦ-୧୯ ମୁକାବିଲା ପାଇଁ ସମଗ୍ର ଦେଶ ଅଣ୍ଟା ଭିଡିଥିବା ବେଳେ ନିଜ ଏ କ୍ଷେତ୍ରରେ ସହଯୋଗର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ତିନିମାସର ଦରମା ପ୍ରଦାନ କରିଥିବା ବେଳେ ନିଜ ସାଂସଦ ହାତପାଣ୍ଠିରୁ ଅଢେଇକୋଟି ଟଙ୍କା ପ୍ରଦାନ କରିଛନ୍ତି ଡ. ସାମନ୍ତ  ।  ଏହି ମର୍ମରେ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲାପାଳଙ୍କୁ ପତ୍ରଲେଖି ଆବଣ୍ଟିତ ରାଶିକୁ କୋଭିଦ-୧୯ ସମ୍ପର୍କିତ ପରୀକ୍ଷା, ସ୍କ୍ରିନିଂ ଓ  ଅନ୍ୟ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ପରାମର୍ଶ ଦେଇଛନ୍ତି  ।  ଡ. ସାମନ୍ତ ତାଙ୍କ ଚିଠିରେ କନ୍ଧମାଳ ଜିଲ୍ଲାକୁ ୧.୧୦ କୋଟି, ବୌଦ୍ଧ ଜିଲ୍ଲାକୁ ୭୦ ଲକ୍ଷ, ଗଞ୍ଜାମ ଜିଲ୍ଲାକୁ ୩୫ ଲକ୍ଷ ଓ ନୟାଗଡ ଜିଲ୍ଲାକୁ ୩୫ଲକ୍ଷ ଆବଣ୍ଟିତ କରିଥିବା ଉଲ୍ଲେଖ କରିଛନ୍ତି |

0
0
0
s2sdefault