ହେଡଲାଇନସ୍:

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ଅଧିକ ୫ ଲକ୍ଷ ହିତାଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ  ୫ ଲକ୍ଷ ଗରିବ, ଦୁସ୍ଥ ଓ ବଂଚିତ  ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତିା ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ପାଇପାରିବୋ ଏହା ଆସନ୍ତା ତ୍ରୈମାସିକ ୨୦୨୦ ମସିହା ଅପ୍ରେଲ୍, ମଇ ଓ ଜୁନ୍ ମାସ ନିମନ୍ତେ ପ୍ରଦତ୍ତ ରେସନ୍ ସାମଗ୍ରୀ ଆବଣ୍ଟନରୁ ଲାଗୁ ହେବା ଏଥି  ନିମନ୍ତେ ବ୍ୟୟ ହେବାକୁ ଥିବା ବାର୍ଷିକ ୯୬ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ | 

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଟିତ ହେବାକୁ ଥିବା ୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ଅନୁଗୋଳର ୭୩୬୦, ବାଲେଶ୍ୱରର ୩୧୭୯୭, ବରଗଡ଼ର ୭୭୫୮, ଭଦ୍ରକର ୧୧୬୦୯, ବଲାଙ୍ଗୀରର ୩୫୭୯୪, ବୌଦ୍ଧର ୩ ହଜାର, କଟକର ୧୨୭୭୦, ଢେଙ୍କାନାଳର ୨୨୩୧୩, ଦେବଗଡ଼ର ୬ହଜାର, ଗଜପତିର ୯୮୬୮, ଗଞ୍ଜାମର ୭୧ ହଜାର, ଜଗତସିଂହପୁରର ୯୦୪୨, ଯାଜପୁରର ୩୭ ହଜାର, ଝାରସୁଗୁଡ଼ାର ୫୮୧୨, କଳାହାଣ୍ଡିର ୧୨ ହଜାର, କନ୍ଧମାଳର ୬ ହଜାର, କେନ୍ଦ୍ରାପଡ଼ାର ୩୭୫୩୫, କେନ୍ଦୁଝରର ୨୩୨୬୫, ଖୋର୍ଦ୍ଧର ୯୦୮୧, କୋରାପୁଟର ୧୫ ହଜାର, ମାଲକାନଗିରିର ୬୩୦୮, ମୟୂରଭଞ୍ଜର ୧୩ ହଜାର, ନବରଙ୍ଗପୁରର ୭ ହଜାର, ନୟାଗଡ଼ର ୯୮୮୨, ନୂଆପଡ଼ାର ୬ହଜାର, ପୁରୀର ୩୭ ହଜାର, ରାୟଗଡ଼ାର ୯ ହଜାର, ସମ୍ବଲପୁରର ୬୧୫୮, ସୁବର୍ଣ୍ଣପୁରର ୧୧୭୬୮ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୮୮୦ ଜଣ ଅଛନ୍ତିା 

0
0
0
s2sdefault