ହେଡଲାଇନସ୍:

"ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖ" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ)- ରାଜ୍ୟରେ କରୋନା(କୋଭିଡ୍-୧୯)ର ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତିା କରୋନା ସଂକ୍ରମଣ ଭୟରେ ଲୋକମାନେ ଅଧିକ  ମାତ୍ରାରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥକୁ ସଂଗ୍ରହ କରି ଘରେ ରଖିବା ଆଶଙ୍କା ରହିଛିା ସେହିପରି ପରିସ୍ଥିତିର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମୂଲ୍ୟବୃଦ୍ଧି ଆଶାରେ ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରୋ ଏପରି ସ୍ଥିତିର ଉଚିତ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗକୁ କହିଛନ୍ତିା ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତିା

ଏହି ସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ଅତ୍ୟାବଶ୍ୟକ ସାମଗ୍ରୀର ବଜାରରେ ଉପଲବ୍ଧତା ଏବଂ ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖିବା  ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଏହି ମର୍ମରେ  ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ  ବିଭାଗର କମିଶନର ତଥା ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତିା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଜନସାଧାରଣଙ୍କ ପାଇଁ ଯେପରି ଉଚିତ ମୂଲ୍ୟରେ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ କରିବେ | ଆବଶ୍ୟକ ହେଲେ ଅସାଧୁ ବ୍ୟବସାୟୀ ଓ ମହଜୁଦ୍କାରୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛିା

ଏଥି ନିମନ୍ତେ ଜିଲ୍ଲାପାଳମାନଙ୍କୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏଥି ସହିତ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନେ ଉତ୍ପାଦନକାରୀ ଅନ୍ୟ ରାଜ୍ୟରୁ ଓଡ଼ିଶା ଭିତରକୁ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନୀକୁ ସୁଗମ କରିବା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ କୁହାଯାଇଛି |

0
0
0
s2sdefault