ହେଡଲାଇନସ୍:

କରୋନା ମୁକାବିଲା:  ଅଦାଲତ କାର୍ଯ୍ୟ ଉପରେ ଲାଗିଲା କଟକଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- କୋରନା ଭାଇରସ୍ (କୋଭିଡ୍-୨୦୧୯) ସଂକ୍ରମଣ ପ୍ରତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କଟକସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପତ୍ରସଂଖ୍ୟା ୪୫୪୨/୨୩.୦୩.୨୦୨୦ ଅନୁସାରେ ଆଦାଲତର କାମକାର୍ଯ୍ୟ ଉପରେ କଟକଣା ଲାଗୁ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲା ବାର ଏସୋସିଏସନ ପକ୍ଷରୁ ଏହାକୁ ଜିଲ୍ଲାରେ କାର୍ଯ୍ୟକାରୀ କରାଇବା ନିମନ୍ତେ ସମସ୍ତ ସଦସ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକ୍ରମେ ବାରିପଦାଠାରେ ଥିବା ଅଦାଲତଗୁଡ଼ିକର କାମକାର୍ଯ୍ୟ ପୂର୍ବାହ୍ନ ୧୧ରୁ ଆରମ୍ଭ ହୋଇ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲୁ ରହିବ ।  ଏହି ସମୟରେ କେବଳ ଜାମିନ, ଉତ୍ପାଦନ, ଅସ୍ଥାୟୀ ସ୍ଥଗିତାଦେଶ(ଟେମ୍ପୋରାରୀ ଇଂଜକ୍ସନ) ଆଦି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରାଯିବ । ଏଥି ସହିତ ଏହି ନିଦେ୍ର୍ଧଶନାମା ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ସମସ୍ତ ସଦସ୍ୟମାନଙ୍କୁ ସୂଚାଇ ଦିଆଯାଇଛି ।  

0
0
0
s2sdefault